ନୂଆଦିଲ୍ଲୀ : ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍ । ୩୫୦ ଜଣ ଗିରଫ ହୋଇଛନ୍ତି । ତଦନ୍ତରୁ ମିଳିଛି ଷଡଯନ୍ତ୍ରର ଗନ୍ଧ । ଶ୍ରମିକଙ୍କ ପ୍ରତିବାଦ ସମୟରେ ଘଟିଥିବା ହିଂସାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଉତ୍ତର ପ୍ରଦେଶର ଶ୍ରମ ମନ୍ତ୍ରୀ ଅନିଲ ରାଜଭର । ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହା ବିକ୍ଷୋଭ କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ମନ୍ତ୍ରୀ । ଏହା ସହରାଜ୍ୟର ବିକାଶ ଏବଂ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିବା ଉଦ୍ଦେଶ୍ୟରେ ଏହି ଘଟଣା ଘଟିଥିବା କହିଛନ୍ତି ।
ଗତ କିଛି ଦିନ ମଧ୍ୟରେ ପାକିସ୍ତାନରେ ଥିବା ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଅଭିଯୋଗରେ ନୋଏଡା ଏବଂ ମିରଟରୁ ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା କହିଛନ୍ତି । ତଦନ୍ତକାରୀ ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ଗତ ୪ ଦିନ ହେବ ଦରମା ବୃଦ୍ଧି ପ୍ରତିବାଦ କରୁଛନ୍ତି ନୋଏଡା ଫେଜ ୨ର ବିଭିନ୍ନ ବେସରକାରୀ କମ୍ପାନୀର କର୍ମଚାରୀ । ଗତ କାଲି ଏହା ହିଂସାର ରୂପ ନେଇଥିଲା । ପୋଲିସ ଗାଡିରେ ନିଆଁ ଲଗାଇଥିଲେ ଆନ୍ଦୋଳନକରୀ ।

