Electric bill

ନୂଆଦିଲ୍ଲୀ : କ୍ଷୀର, ପେଟ୍ରୋଲ, ଡିଜେଲ, ଏଲପିଜି ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପରେ ବିଦ୍ୟୁତ୍ ମଧ୍ୟ ମହଙ୍ଗା ହୋଇଛି । ଯାହା ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଉତ୍ତର ପ୍ରଦେଶ ପାୱାର କର୍ପୋରେସନ ଲିମିଟେଡ୍ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି କରିଥିବା ଜଣାପଡିଛି  । UPPCL ମଧ୍ୟ ଇନ୍ଧନ ସରଚାର୍ଜ ୧୦ ପ୍ରତିଶତ ବୃଦ୍ଧି କରିଛି । ଯାହାଦ୍ବାରା ଜୁନ୍ ମାସର ବିଦ୍ୟୁତ୍ ବିଲ୍ ଅଧିକ ହେବ  । ମାର୍ଚ୍ଚ ମାସରୁ ୧୦ ପ୍ରତିଶତ ବକେୟା ଥିବା ଜୁନ୍ ମାସରେ ଆଦାୟ କରାଯିବ ।

ଉତ୍ତର ପ୍ରଦେଶ ପାୱାର କର୍ପୋରେସନ ଲିମିଟେଡ୍ ଫୁଏଲ ସରଚାର୍ଜକୁ ଏପର୍ଯ୍ୟନ୍ତ ସର୍ବାଧିକ ପରିମାଣରେ ବୃଦ୍ଧି କରିଛି । ଏବେ ପ୍ରତି ୧୦୦ ଟଙ୍କା ବିଦ୍ୟୁତ୍ ବିଲ୍ ପାଇଁ ଉପରେ ଅତିରିକ୍ତ ୧୦ ପ୍ରତିଶତ ସରଚାର୍ଜ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଏଥର ବିଦ୍ୟୁତ୍ ବିଲ୍ ଶୁଳ୍କ ୧୦ ପ୍ରତିଶତ ହେବ । ଫଳରେ ଜୁନ୍ ମାସର ବିଲ୍ ଅଧିକ ରହିବ । ଜୁନ୍ ମାସ ପରଠାରୁ UPPCL ଇନ୍ଧନ ସରଚାର୍ଜ ବୃଦ୍ଧି କରିପାରେ ବୋଲି ସୂଚନା ମିଳୁଛି ।

ନିୟମରେ ଏବେ କୌଣସି ନୂତନ ପରିବର୍ତ୍ତନ ହୋଇନାହିଁ । ବରଂ ଏହା ଜାନୁଆରୀ ୨୦୨୫ ଠାରୁ ଲାଗୁ ହୋଇଛି । ଏହି ବୃଦ୍ଧି ମାର୍ଚ୍ଚ ୨୦୨୬ ମାସ ପାଇଁ ୧୦% ଇନ୍ଧନ ଏବଂ ବିଦ୍ୟୁତ୍ ପର୍ଚେଜ୍ ଆଡଜଷ୍ଟମେଣ୍ଟ ସରଚାର୍ଜ (FPPAS) ଯୋଗୁଁ ହୋଇଛି । ଯାହାକୁ ଜୁନ୍ ୨୦୨୬ ବିଲ୍ ସହିତ ଯୋଡାଯିବ । ଉତ୍ତର ପ୍ରଦେଶ ବିଦ୍ୟୁତ ନିୟାମକ ଆୟୋଗ, ୮ ଜାନୁଆରୀ ୨୦୨୫ରେ ଜାରି ଏକ ଅଧିସୂଚନା ମାଧ୍ୟମରେ ଏହି ନିୟମ କରାଯାଇଥିଲା ।

ଫୁଏଲ ସରଚାର୍ଜ ବୃଦ୍ଧି ଯୋଗୁଁ ବିଦ୍ୟୁତ୍ ମହଙ୍ଗା ହୋଇଛି । ବଢିଥିବା ଚାର୍ଜ ଜୁନ୍ ମାସର ବିଦ୍ୟୁତ୍ ବିଲ୍ ସହିତ ସାମିଲ ହେବ । ଏଥିସହ ଗ୍ରାହକମାନଙ୍କୁ ଏବେ ସେମାନଙ୍କର ନିୟମିତ ବିଦ୍ୟୁତ୍ ବିଲ୍ ସହିତ ବିଦ୍ୟୁତ୍ ବିଭାଗକୁ ଅତିରିକ୍ତ ୧୦ ପ୍ରତିଶତ ଚାର୍ଜ ଦେବାକୁ ପଡିବ। ଏହି ସରକାରୀ ନିଷ୍ପତ୍ତି ରାଜ୍ୟର ଲକ୍ଷ ଲକ୍ଷ ଘରୋଇ ଏବଂ ବାଣିଜ୍ୟିକ ଗ୍ରାହକଙ୍କୁ ପ୍ରଭାବିତ କରିବ । ବିଦ୍ୟୁତ୍ ବିଭାଗ ଅନୁଯାୟୀ, ବିଦ୍ୟୁତ୍ ଉତ୍ପାଦନ ଏବଂ କିଣିବା ଉପରେ ଅତିରିକ୍ତ ଖର୍ଚ୍ଚର କ୍ଷତିପୂରଣ ପାଇଁ ଫୁଏଲ ସରଚାର୍ଜ ଲାଗୁ କରାଯାଇଛି ।

Share