Afghnistan

ଆଫଗାନିସ୍ତାନ : ଆଫଗାନିସ୍ତାନରେ ଟ୍ରକ ଓଲଟିବା ଯୋଗୁଁ ଶରଣାର୍ଥୀଙ୍କ ଜୀବନ ଚାଲିଯାଇଛି । ଘଟଣାରେ ୧୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଏମାନେ ସମସ୍ତେ ପାକିସ୍ତାନରୁ ଫେରୁଥିଲେ । ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି । ଏମାନେ ସବୁ ପାକିସ୍ତାନରୁ ଫେରୁଥିବା ଆଫାଗନ ଶରଣାର୍ଥୀଙ୍କୁ ନେଇ ଏକ ଟ୍ରକ ଯାଉଥିବା ବେଳେ ଓଲଟି ପଡିଥିଲା । ଘଟଣାରେ ୧୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ପିଲା ରହିଛନ୍ତି । ମୃତକଙ୍କ ମଧ୍ୟରେ ୧୦ ପିଲା ଏବଂ ୫ ମହିଳା ରହିଛନ୍ତି ।

ତାଲିବାନ ସରକାର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ପୀଡିତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୩ରେ ପାକିସ୍ତାନ ଅବୈଧ ପ୍ରବାସୀଙ୍କୁ ନିର୍ବାସିତ କରୁଛି । ଦେଶ ଛାଡି ଯିବାକୁ ବାଧ୍ୟ କରୁଛି । ଏବେ ଇରାନ ମଧ୍ୟ ଆଫଗାନ ପ୍ରବାସୀଙ୍କୁ ନିଷ୍କାସିତ କରିବା ପ୍ରକ୍ରିୟା ତ୍ବରାନ୍ବିତ କରିଛି ।

Share