Modi 2

ଭୁବନେଶ୍ବର ୩୧।୫: ୧୩୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଶା କଥା । ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ଏଥିସହ ଦେଶର ବିଭିନ୍ନ ସ୍ଥାନର ପାନୀୟକୁ ନେଇ ଆଲୋଚନା କଲେ । ଓଡ଼ିଶାରେ ବେଲ ପଣା କେବଳ ପାନୀୟ ନୁହେଁ, ଏହା ଭାରତର ବିଭିନ୍ନ ଅଞ୍ଚଳର ପରମ୍ପରାର ଏକ ଅଂଶ । ଏହା “ଏକ ଭାରତ ଶ୍ରେଷ୍ଠ ଭାରତ” ଭାବନାକୁ ମଧ୍ୟ ପ୍ରତିଫଳିତ କରେ । ଏହି ଜିନିଷ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଆମର ନିଜସ୍ୱ ରୋଷେଇ ଘର, ଆମର ଫାର୍ମ ଏବଂ କ୍ଷେତରୁ ଆସେ । କୌଣସି ବଡ଼ ବ୍ରାଣ୍ଡିଂ ନାହିଁ, କିନ୍ତୁ ଏହା ପୀଢ଼ି ପରେ ପୀଢ଼ିର ଅଭିଜ୍ଞତାକୁ ମୂର୍ତ୍ତିମନ୍ତ କରିଥାଏ । ଆପଣ ମଧ୍ୟ ଗ୍ରୀଷ୍ମ ଋତୁରେ ଏହି ଦେଶୀ ପାନୀୟଗୁଡ଼ିକର ମଜା ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଓଡ଼ିଶାର ବେଲପଣା ସହ ସୁସ୍ବାଦୁ ଆମ୍ବକୁ ମଧ୍ୟ ପ୍ରଶଂସା କଲେ ମୋଦୀ । ଏହାସହିତ ଓଡ଼ିଶା, ଏବଂ ଆନ୍ଧ୍ରପ୍ରଦେଶର ସୁବର୍ଣ୍ଣରେଖା ଆମ୍ବ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିଭଳି ଓଡ଼ିଶାର ଧାବକ ଅନିମେଷ ଖୁଜରୁଙ୍କ ସହିତ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ମୋଦୀ ।
ଭୁବନେଶ୍ୱରରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ମନମୋହନ ସାମଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକମାତ୍ର ରାଷ୍ଟ୍ର ମୁଖ୍ୟ ଯିଏ ନିରନ୍ତର ଭାବେ ପ୍ରତି ମାସରେ ଦେଶର ସାଧାରଣ ଲୋକ, ସାଧାରଣ ସମସ୍ୟା, ଦେଶର ଐତିହ୍ୟ ପରମ୍ପରା ଇତ୍ୟାଦି ପ୍ରସଙ୍ଗରେ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ଆଜି ମନ୍ କି ବାତ୍ରେ ଭାରତ କ୍ରୀଡ଼ାରେ କେତେ ଆଗକୁ ଗଲାଣି ସେ ବିଷୟରେ ଆଲୋଚନା କରିଛନ୍ତି । ଖେଳାଳିଙ୍କୁ ଉତ୍ସାହିତ କରିବା ଓ ତାଙ୍କୁ ପ୍ରେରିତ କରିବା ଉଦ୍ୟମ କରିଛନ୍ତି । ଓଡ଼ିଶା ବେଲ ଆମ୍ବ ବିଷୟରେ କହିଛନ୍ତି ।
ଓଡ଼ିଶା ବେଲ ପଣା ପ୍ରସଙ୍ଗରେ କହିଛନ୍ତି, ବିଭିନ୍ନ ଦିଗ ଓ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି । କ୍ରୀଡ଼ା ପ୍ରସଙ୍ଗରେ କହିଲେ, ଏହା ସମସ୍ତଙ୍କୁ ଉତ୍ସାହିତ କରିବ ଓ ସେମାନେ ପ୍ରେରିତ ହେବେ, ଅନ୍ୟ ଖେଳାଳି ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି ।

Share