କଳାହାଣ୍ଡି:ପୁଣି ରାଜରାସ୍ତାରେ ଚାଷୀ ।କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କୁଟ୍ରୁ ଛକରେ ଚାଷୀଙ୍କ ରାସ୍ତାରୋକ। ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଏବଂ ମିଲରଙ୍କ ମନମୁଖୀ କଟନୀ ପ୍ରତିବାଦରେ ଶତାଧିକ ଚାଷୀ ଜୟପାଟଣା-ମୋଟେର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।
କଳାହାଣ୍ଡି ଜିଲ୍ଲାରେ ରବି ଧାନ କିଣାରେ ଅବ୍ୟବସ୍ଥା ଏବେ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରୁଛି । ଚାଷୀଙ୍କ ପାଖରେ ସରକାରୀ ଟୋକନ ଥାଇ ମଧ୍ୟ ମଣ୍ଡିରୁ ଧାନ ଉଠୁନାହିଁ। ଅନ୍ୟପଟେ ମିଲରମାନେ ସରକାରୀ ନିୟମକୁ ବେଖାତିର କରି ନିଜ ଇଚ୍ଛା ମୁତାବକ କଟନୀ ଫିକ୍ସ କରୁଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚାଷୀ। ପ୍ରଶାସନକୁ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଚାଷୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ କଟନୀ ବନ୍ଦ ହୋଇନାହିଁ ଏବଂ ସମସ୍ତ ଧାନ ନଉଠିଛି, ସେପର୍ଯ୍ୟନ୍ତ ଏହି ଚକାଜାମ୍ ଆନ୍ଦୋଳନ ଜାରି ରହିବ ।

