Cough syrup

ପୁରୀ : ପୁରୀ କୁମ୍ଭାରପଡା ଥାନା ପୁଲିସ ବସଷ୍ଟାଣ୍ଡ ପରିସରରୁ ଏକ ଅଟୋ ସହ ବିପୁଳ ପରିମାଣର ନିଶା ଔଷଧ ଏସକଫ ସିରଫ ଜବତ କରିଛି । ଏହା  ସହ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବଳିଆପଣ୍ଡା ଦାମୋଦର ରୋଡ ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ରହୁଥିଲେ । ସେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ପଞ୍ଚୁକୁଳର ସୁଦାମ ମହାରଣା  ।  ଅଭିଯୁକ୍ତ ନିକଟରୁ ଅଟୋ ସହ ୩୦୦ଟି ଏସକଫ ସିରଫ ବୋତଲ ଜବତ କରାଯାଇଛି  ।

ବସଷ୍ଟାଣ୍ଡ ପରିସରରେ ଓଡି ୧୩ୟୁ ୪୩୨୫ ନମ୍ବର ବିଶିଷ୍ଟ ଅଟୋରେ ବେଆଇନ ଭାବେ ଏସକଫ ସିରଫ ବୋତଲ ଯାଉଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା ।  ଉକ୍ତ ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି କଫସିରଫ ଜବତ କରିଛି ।  ଏହି କଫ ସିରଫ କାରବାର ନେଇ ଅନ୍ୟ କୌଣସି ବ୍ୟକ୍ତି ସମ୍ପୃକ୍ତି ନେଇ ପୁଲିସ ତଦନ୍ତ ଜାରି ରଖିଛି  । ଏହି ସବୁ ନିଶାଦ୍ରବ୍ୟ ଜିଲ୍ଲା ବାହାରୁ ବସ ଯୋଗେ ପାର୍ସଲରେ ଆସି ବସଷ୍ଟାଣ୍ଡରେ ପହଁଚୁଥିବା ଜଣାପଡିଛି  । ସେଠାରୁ ସହରକୁ ଯାଇ କାରବାର ହେଉଥିବା ସୂଚନା ମିଳିଛି ।

Share