Jail arrested arrest prison2

ଅହମଦାବାଦ: ଗୁଜରାଟରେ ଅପରେସନ ଡେଲଟା ହଣ୍ଟ୍‌’ ଅଧୀନରେ ଏକାଧିକ ସହର ଏବଂ ଜିଲ୍ଲାମାନଙ୍କରେ ଚଢ଼ଉ କରାଯାଇଛି ଏବଂ ୩୬୨ ବେଆଇନ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଗୁଜରାଟ ପୁଲିସ ମଧ୍ୟ ଅପରେସନ୍‌ ଡେଲଟା ହଣ୍ଟ୍‌ ଅଧୀନରେ ୭୮୨ ସନ୍ଦୀଗ୍ଧଙ୍କୁ ଅଟକ ରଖି ଜେରା କରୁଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୧୦୩ ପୁରୁଷ, ୧୮୮ ମହିଳା ଏବଂ ୭୧ ଶିଶୁ ଅଛନ୍ତି।

ବିନା ବୈଧ ସ୍ବୀକୃତିରେ ଅନେକ ସଂଖ୍ୟାରେ ବାଂଲାଦେଶୀ ନାଗରିକ ଗୁଜରାଟକୁ ପ୍ରବେଶ କରିଛନ୍ତି ବୋଲି ଖବର ମିଳିବାପରେ ଉପମୁଖ୍ୟମନ୍ତ୍ରୀ ହର୍ଷ ସଙ୍ଘଭୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା ଏବଂ ଏହି ବୈଠକରେ ଚଢ଼ଉ ପାଇଁ ଯୋଜନା ହୋଇଥିଲା ବୋଲି କ୍ରାଇମ ବ୍ରାଞ୍ଚ ପୁଲିସ ଯୁଗ୍ମ କମିସନର ଶରଦ ସିଙ୍ଘଲ କହିଛନ୍ତି। ଅହମଦାବାଦ ପୁଲିସ କମିସନର ଜିଏସ୍‌ ମଲିକ କହିଛନ୍ତି, କ୍ରାଇମ ବ୍ରାଞ୍ଚ, ସ୍ପେସାଲ ଅପରେସନ୍ସ ଗ୍ରୁପ୍‌ ଏବଂ ସ୍ଥାନୀୟ ପୁଲିସ ଶାଖାର ୩୦ରୁ ଅଧିକ ଟିମ୍‌ ଏହି ଅପରେସନ୍‌ ଅଧୀନରେ ସାରା ସହରରେ ମୁତୟନ ହୋଇଥି‌ଲେ। ସଙ୍ଘଭି କହିଛନ୍ତି, ସହରାଞ୍ଚଳରେ ଚଢ଼ଉ ଆରମ୍ଭ ହେବା ସହ ବସ ଷ୍ଟାଣ୍ଡ, ହାଇୱେ ଏବଂ ରେଳ ଷ୍ଟେସନ୍‌ରେ ଚେକପଏଣ୍ଟ୍‌ ପ୍ରତିଷ୍ଠା ହୋଇଥିଲା। ୧୮ ଜଣ ଲୋକ ଖସିଯିବାକୁ ଉଦ୍ୟମ କରିଥିବାବେଳେ ସେମାନଙ୍କୁ ଏହି ଚେକପଏଣ୍ଟ୍‌ରେ ଗିରଫ କରାଯାଇଥିଲା।

Share