IMG 20260605 WA0000 750x430

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଡେଲିଭେରୀ ବୟଙ୍କ ଉପରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅଞ୍ଚଳର ଜାଗମରା–ଗଣ୍ଡମୁଣ୍ଡା ରାସ୍ତାରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ତାପସ ବେହେରା ନାମକ ଜଣେ ଯୁବକ ଡେଲିଭେରୀ କାମ ସାରି ଷ୍ଟୋରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ପଛପଟୁ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଧାରୁଆ ଅସ୍ତ୍ର ବ୍ୟବହାର ହୋଇଥିବା ବେଳେ ତାପସଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି।

ଆହତ ଯୁବକଙ୍କ ଅଭିଯୋଗ ଅନୁସାରେ, ଲୁଟ୍ ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଦୁର୍ବୃତ୍ତମାନେ ତାଙ୍କର ମୋବାଇଲ ଫୋନ୍ ଓ ନଗଦ ଟଙ୍କା ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି।

ଗୁରୁତର ଅବସ୍ଥାରେ ତାପସଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଖଣ୍ଡଗିରି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଛି।

Share