୧୭ ଟି ବିଭାଗରେ ୩୨ ଟି ବୋର୍ଡ ନିଗମ ବାବଦରେ ତଥ୍ୟ ଦିଆଯାଇଛି। ନିକଟରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା କୁହାଯାଉଥିଲା।
ଭୁବନେଶ୍ବର : ବୋର୍ଡ ଏବଂ ନିଗମରେ ଅଧ୍ୟକ୍ଷ ପଦ ଖାଲି ରହିଛି । ଏହି ପଦ ପୂରଣ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି । ୧୭ଟି ବିଭାଗରେ ୩୨ଟି ବୋର୍ଡ ନିଗମ ବାବଦରେ ତଥ୍ୟ ଦିଆଯାଇଛି। ନୂଆ ସରକାର ଆସିବା ପରେ ୩୨ଟି ବୋର୍ଡ-ନିଗମରେ ୬୭୭ ଜଣଙ୍କୁ ନିଯୁକ୍ତି ମିଳିଥିବା ସୂଚନା ଦିଆଯାଇଛି। ଜୁନ୍ ୩୦ ସୁଦ୍ଧା ୧୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରହିଛି।
ତ୍ୱରାନ୍ୱିତ ହୋଇଛି ବୋର୍ଡ ନିଗମ ନିଯୁକ୍ତି ପ୍ରକ୍ରିୟା। ବୋର୍ଡ-ନିଗମର ଖାଲି ଥିବା ପଦବୀର ତଥ୍ୟ ଦେଇଛନ୍ତି ବିଭିନ୍ନ ବିଭାଗ । ୨ ବର୍ଷ ହେଲା ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ପଦବୀ ଖାଲି ରହିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଆସୁଥିବା ବୋର୍ଡ ନିଗମରେ କେତେ ପଦବୀ ଖାଲି ଅଛି ଏବଂ ନୂଆ ସରକାର ଆସିବା ପରେ କେତେ ନିଯୁକ୍ତି ହୋଇଛି ତାର ତଥ୍ୟ ମାଗିଥିଲେ ସରକାର। ନିର୍ଦ୍ଦେଶ ଅନୁସାରେ ତଥ୍ୟ ଦେଇଛନ୍ତି ବିଭାଗ।

