୨୦୨୭ ମାର୍ଚ୍ଚ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିବାକୁ ସରକାର ଧାର୍ଯ୍ୟ କରିଥିଲେ। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ପରିଚୟପତ୍ର ଦ୍ୱାରା କୃଷକମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ ସ୍ୱଚ୍ଛ ଓ ସହଜ ଉପାୟରେ ପାଇପାରିବେ। ବାରମ୍ବାର କାଗଜପତ୍ର ଦାଖଲ କରିବାର ଆବଶ୍ୟକତା କମିବ। ବ୍ୟାଙ୍କ ଋଣ, ଫସଲ ବୀମା, ପ୍ରାକୃତିକ ବିପର୍ଯ୍ୟୟଜନିତ ସହାୟତା ଏବଂ କୃଷିଜାତ ଉତ୍ପାଦ ବିକ୍ରି ଭଳି କାର୍ଯ୍ୟରେ ଏହା ସହାୟକ ହେବ। କୃଷକଙ୍କ ଏହି ସ୍ବତନ୍ତ୍ର ଡିଜିଟାଲ ପରିଚୟ ମଧ୍ୟସ୍ଥିମାନଙ୍କ ଭୂମିକାକୁ ହ୍ରାସ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।

ମଧ୍ୟସ୍ଥିମାନଙ୍କ ଭୂମିକାକୁ କମାଇବ: ଶିବରାଜ
ଏହି ସଫଳତା ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। କୃଷକମାନେ ସରକାରୀ ଯୋଜନାର ସୁଯୋଗ ନେବା ସହ କୃଷିରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବାକୁ ସେ ଆହ୍ୱାନ ଦେଇଛନ୍ତି। କୃଷି କ୍ଷେତ୍ରରେ ଡିଜିଟାଲ୍ ବ୍ୟବସ୍ଥାର ସମ୍ପ୍ରସାରଣ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସହାୟତା ପହଞ୍ଚାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ଯେ ଏହି ଯୋଜନାରେ ୨୦୨୪ ଡିସେମ୍ବର ସୁଦ୍ଧା ପ୍ରାୟ ୩୦ ଲକ୍ଷ କୃଷକଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଥିଲା। ୨୦୨୫ ଡିସେମ୍ବର ବେଳକୁ ଏହା ୭.୮ କୋଟିକୁ ବୃଦ୍ଧି ପାଇଥିଲା। କେବଳ ସେତିକି ନୁହେଁ, ପଞ୍ଜୀକୃତ ହୋଇଥିବା କୃଷକଙ୍କ ମଧ୍ୟରେ ୨୬ ପ୍ରତିଶତ ମହିଳା ହୋଇଥିାବବେଳେ ପ୍ରାୟ ୮୧ ପ୍ରତିଶତ ନାମମାତ୍ର ଓ କ୍ଷୁଦ୍ର କୃଷକ ବର୍ଗରେ ଆସୁଛନ୍ତି।