ନୂଆଦିଲ୍ଲୀ: ରଥଯାତ୍ରା ଏବଂ ଅନ୍ୟାନ୍ୟ ପ୍ରମୁଖ ପର୍ବପର୍ବାଣି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା, ବର୍ତ୍ତମାନର ଟ୍ରେନ୍ରେ ଅତିରିକ୍ତ କୋଚ୍ ସଂଯୋଜନ ଏବଂ ସେବାର ସମ୍ପ୍ରସାରଣ କରାଯାଉଛି। ବର୍ତ୍ତମାନ ପୁରୀକୁ ୧୧୬ଟି ନିୟମିତ ଟ୍ରେନ୍ ସେବା ଉପଲବ୍ଧ ରହିଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ଅବସରରେ ୧୫ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ୧୪ ଦିନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରୀଙ୍କ ସେବାରେ ନିୟୋଜିତ କରାଯାଇଛି।

