ଘରେ ପଶି ବୃଦ୍ଧାଙ୍କୁ ବିଭତ୍ସ ହତ୍ୟା

Murder case

ଭୁବନେଶ୍ୱର : ଜଟଣୀରେ ବୃଦ୍ଧାଙ୍କୁ ବିଭତ୍ସ ହତ୍ୟା । ଘରେ ପଶି ହତ୍ୟା କଲେ ଦୁର୍ବୃତ୍ତ । ଜଟଣୀ ଉପରବସ୍ଥରେ ଘଟିଛି ଘଟଣା । ମହିଳାଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା । ମହିଳାଙ୍କ ମୁଣ୍ଡରେ ରକ୍ତସ୍ରାବ ଅବସ୍ଥାରେ ମିଳିଛି ମୃତଦେହ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲକୁ ଉଦ୍ଧାର କରାଯାଇଛି । ଏନେଇ ଜଟଣୀ ଥାନା ପୋଲିସ ପହଞ୍ଚି ତନାଘନା କରିଛି । ଲୁଟ ଉଦ୍ଦେଶ୍ୟରେ କେହି ମହିଳାଙ୍କୁ ଆକ୍ରମଣ କରିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ମୃତକ ହେଲେ ଶାନ୍ତିଲତା ପ୍ରଧାନ । ସେ ଏକାକି ଘରେ ରହୁଥିଲେ । ତାଙ୍କ ପୁଅ ରୋଗାକ୍ରାନ୍ତ ଯୋଗୁଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପୋଲିସ ଆଖପାଖ ସିସିଟିଭି ଫୁଟେଜ ଆଧାରରେ ଅଧିକ ଖୋଳତାଡ଼ କରୁଛି ।

ସେହିପରି ଗତ କିଛି ଦିନ ତଳେ କମେଣ୍ଟ ମରାକୁ ନେଇ ରାଜଧାନୀରେ ହତ୍ୟା କାଣ୍ଡ ଘଟିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣରେ ମଞ୍ଚେଶ୍ୱର ଥାନା ଝରଣା ବସ୍ତିର ବନମାଳୀ ଭୋଳଙ୍କ ମୃତ୍ୟୁ ହୋଇଥିଲା । ଏହି ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ଆଦିତ୍ୟ ଲେଙ୍କାକୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁଶୀଲ ସ୍ୱାଇଁ ଫେରାର ରହିଥିଲା । ଫେରାର ଅଭିଯୁକ୍ତକୁ ଧରିବାକୁ ଛାନଭିନ୍ କରୁଛି ପୋଲିସ।

Share