ପାରାଦୀପ ବନ୍ଦରରେ ପ୍ରଥମଥର ଲାଗିଲା ବିଶାଳ Capesize ଜାହାଜ

Port v

ପାରାଦୀପ: ପାରାଦୀପ ବନ୍ଦରରେ ନୂଆ ରେକର୍ଡ । ପାରାଦୀପ ବନ୍ଦରରେ Capesize ଜାହାଜ । ପ୍ରଥମଥର ୱେଣ୍ଟର୍ଣ୍ଣ ଡକରେ ଲାଗିଲା ୧୬.୫ ମିଟର ଡ୍ରାଫ୍ଟର ବିଶାଳ Capesize ଜାହାଜ । ପ୍ରଥମଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ଥିବା ଏକ ବିଶାଳ Capesize ଜାହାଜ Western Dock-1ରେ ସଫଳତାର ସହ ଲାଗିଛି । ଏଣିକି ଅଧିକ ମାଲ୍ ନେଇ ଆସୁଥିବା ବଡ଼ ଜାହାଜକୁ ୱେଣ୍ଟର୍ଣ୍ଣ ଡକରେ ରଖି ମାଲ୍ ଖଲାସ କରାଯାଇପାରିବ । ଏମ.ଭି. ମିନେରାଲ୍ କ୍ୱାଙ୍ଗୟାଙ୍ଗ ନାମକ ଏହି ଜାହାଜର ଲମ୍ବ ୨୯୨ ମିଟର । ଅଷ୍ଟ୍ରେଲିଆର ହେ’ ପଏଣ୍ଟରୁ ୧ ଲକ୍ଷ ୫୨ ହଜାର ୭୦୨ ମେଟ୍ରିକ୍ ଟନ୍ କୋକିଂ କୋଇଲା ନେଇ ପାରାଦୀପ ଆସିଛି । ଜାହାଜଟିକୁ ୱେଣ୍ଟର୍ଣ୍ଣ ଡକ-୧ ବା WD-1ରେ ବର୍ଥିଂ କରାଯାଇଛି । ଏହି ସଫଳତା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ଟିମ୍ PPA ଓ ଟିମ୍ JPPLକୁ ଅଭିନନ୍ଦନ ଜଣାଇଛନ୍ତି । Capesize ହେଉଛି ସମୁଦ୍ରରେ ଚାଲୁଥିବା ଅତି ବଡ଼ ମାଲବାହୀ ଜାହାଜ ।

ଏଗୁଡ଼ିକ ଏତେ ବଡ଼ ଯେ ସାଧାରଣତଃ Suez ଓ Panama Canal ଦେଇ ଯାଇପାରେ ନାହିଁ । ଏଭଳି ଜାହାଜରେ ଥରକେ ପ୍ରାୟ ଦେଢ଼ରୁ ୨ ଲକ୍ଷ ଟନ୍ ପର୍ଯ୍ୟନ୍ତ କୋଇଲା କିମ୍ବା ଲୁହାପଥର ସାମଗ୍ରୀ ପରିବହନ କରାଯାଏ । ଜାହାଜଟି ପାଣି ଭିତରେ କେତେ ଗଭୀର ପର୍ଯ୍ୟନ୍ତ ବୁଡ଼ି ରହିଛି, ତାହାକୁ ଡ୍ରାଫ୍ଟ କୁହାଯାଏ । ଜାହାଜରେ ମାଲ୍ ଯେତେ ଅଧିକ ହେବ, ଏହା ପାଣିରେ ସେତେ ଅଧିକ ଗଭୀରକୁ ଯିବ । ୧୬.୫ ମିଟର ଡ୍ରାଫ୍ଟ ଅର୍ଥ ଜାହାଜର ତଳ ଭାଗ ପାଣି ଭିତରେ ପ୍ରାୟ ୧୬.୫ ମିଟର ରହିଛି । ୱେଣ୍ଟର୍ଣ୍ଣ ଡକକୁ ବିଶେଷ କରି ବଡ଼ ଓ ଗଭୀର ଡ୍ରାଫ୍ଟ ଜାହାଜରେ ଆସୁଥିବା dry-bulk cargo ପରିଚାଳନା ପାଇଁ ବିକଶିତ କରାଯାଇଛି । ବନ୍ଦରରେ ଦୀର୍ଘଦିନ ଧରି ଡ୍ରେଡିଂ, ବ୍ରେକ୍ ୱାଟର ଓ ଡକ୍ ଡେଭଲପମେଣ୍ଟ କାମ ଚାଲିଥିଲା । ଏବେ ୧୬.୫ ମିଟର ଡ୍ରାଫ୍ଟର Capesize ଜାହାଜ WD-1ରେ ସଫଳତାର ସହ ଲାଗିବା ବଡ଼ ପରୀକ୍ଷା ବୋଲି ଧରାଯାଉଛି ।

Share