କେନାଲରେ ବୁଡ଼ି ୨ ବର୍ଷର ଶିଶୁ ମୃତ

DROWNING DEATH

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ଘଟିଛି ଅଘଟଣ । ଘର ନିକଟରେ ଥିବା କେନାଲରେ ବୁଡ଼ିଯାଇ ଜଣେ ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଗନ୍ନାଥପୁର ଗାଁର ମଳୟ ମଲ୍ଲିକଙ୍କ ପୁଅ ମହେଶ ମଲ୍ଲିକ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ମହେଶ ଘର ନିକଟରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ନିକଟସ୍ଥ କେନାଲ ମଧ୍ୟକୁ ଖସିପଡ଼ିଥିଲେ । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ଶିଶୁକୁ ଉଦ୍ଧାର କରିଥିଲା । ପରେ ତାଙ୍କୁ କାମାକ୍ଷାନଗର ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମହେଶଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଜଗନ୍ନାଥପୁର ଗାଁରେ ଶୋକର ଛାୟା ଖେଳିଯାଇଛି ।

Share