ରେଳ ଧାରଣା ପାର୍ ହେବା ବେଳେ ଧକ୍କା ଦେଲା ଟ୍ରେନ୍, ୪ ମୃତ, ଜଣେ ଗୁରୁତର

Train line

ଗଜପତି: ରେଳ ଧାରଣା ପାର ହେବା ବେଳେ ଧକ୍କା ଦେଲା ଟ୍ରେନ । ୪ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର । ଆନ୍ଧ୍ର ଶ୍ରୀକାକୁଲାମ ଜିଲ୍ଲା ଟେକ୍କାଲି ମଣ୍ଡଳର ରବିଭଲସା ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ବିଶାଖ ରାଓ, ଦିଲୀପ କୁମାର, ଶିବା ଓ ଶରତ। ଆହତ ଯୁବକ ସଲମନ ରଜୁ ବୋଲି ଜଣାପଡିଛି । ୫ଜଣ ମାଛ ଧରିବାକୁ ରେଳ ଧାରଣା ନିକଟକୁ ଯାଉଥିଲେ। ଏହି ସମୟରେ ଧକ୍କା ଦେଇଥିଲା ରାଜ୍ୟରାଣୀ ଏକ୍ସପ୍ରେସ୍ । ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ ।

ସୂଚନା ଅନୁଯାୟୀ, ୫ ଜଣ ଯୁବକ ମାଛ ଧରିବା ପାଇଁ ରେଳ ଧାରଣା ନିକଟକୁ ଯାଉଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେଇଥିଲା । ଟ୍ରେନ୍ ଧକ୍କାରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ଖବର ପାଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କିପରି ଘଟିଲା ଏବଂ ଯୁବକମାନେ କେଉଁ ପରିସ୍ଥିତିରେ ରେଳ ଧାରଣା ନିକଟକୁ ଯାଇଥିଲେ, ସେନେଇ ତଦନ୍ତ ଚାଲିଛି । ଘଟଣାକୁ ନେଇ ରବିଭଲସା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Share