ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: କେନିଆ ନାଗରିକ ଗିରଫ

୨

ପୁରୀ : ଭୁବନେଶ୍ୱର ରୁ କେନିଆ କିଡ୍ନାପର ଗିରଫ  l  ପୁରୀର ଜଣେ ନାବାଳିକା ଝିଅକୁ ଅପହରଣ କରି ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଏକ ଘରୋଇ ହୋଟେଲ ରଖିଥିଲା ଅଭିଯୁକ୍ତ l ଅନଲାଇନ କ୍ୟାରେମ ଗେମ ରୁ ପୁରୀ ର ନାବାଳିକା କୁ ପ୍ରଲୋଭନ ଦେଖାଇ ଅପହରଣ କରିଥିଲା କେନିଆ ର ମହମଦ ଫଇଜ  ମହମଦ  l  ଅଭିଯୁ କୁ ଗିରଫ କରିଛି ଟାଉନ ଥାନା ପୋଲିସ  l

ନାବାଳିକା ଜଣକ ପୁରୀର ଯୁକ୍ତ ଦୁଇର ଛାତ୍ରୀ l  ଅଭିଯୁକ୍ତ ଛାତ୍ରୀ ଜଣକୁ ଅପହରଣ କରି ତାଙ୍କ ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ଦାବି କରିଥିଲା  l  ପରେ ପରିବାର ଲୋକେ ପୁରୀ ଟାଉନ ଥାନା ରେ ଅଭିଯୋଗ କରିବା ପରେ ପୁରୀ ପୋଲିସ ଘଟଣା କୁ ତଦନ୍ତ କରି ଭୁବନେଶ୍ୱର ରୁ ଅପହୃତ ଛାତ୍ରୀ ଏବଂ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ l  ଗତ ନଭେମ୍ବର 18 ତାରିଖ ରେ ଅଭିଯୁକ୍ତ ପୁରୀ ଯାଇ ଛାତ୍ରୀଙ୍କୁ ଦେଖା କରିବା ସହ ତାଙ୍କୁ ଅପହୃତ କରିଥିଲା  l

ଅଭିଯୁକ୍ତ ଜଣକ ଅପହୃତ ଛାତ୍ରୀଙ୍କୁ ଧର୍ମ ପରିବର୍ତନ କରିବା ଲାଗି ବାଧ୍ୟ୍ କରିଵା ସହ ଦୁଷ୍କର୍ମ କରିଥିବା ନେଇ ଅପହୃତ ଛାତ୍ରୀ ପୋଲିସକୁ ବୟାନ ଦେଇଛନ୍ତି  l   ଅଭିଯୁକ୍ତ ଠାରୁ କୋରାନ ଜବତ କରିଛି ପୁରୀ ପୋଲିସ  l  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ  l  ଲବ ଜିହ୍ୱାଦ ନେଇ ଅନୁମାନ କରାଯଉଛି  l  ତେବେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ ପୋଲିସ l  ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି ପୁରୀ ଏସ୍ପି ପ୍ରତିକ୍ ସିଂ l

Share