ପୁଟାସିଂ ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ପୂର୍ବରୁ ବାପୁଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ନଥିଲା। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଟାସିଂ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗତ ମାସରେ ମଧ୍ୟ ଅମ୍ବାଦଳା ଥାନା ସବୁ ଇନିସପେକ୍ଟର ନିଜର ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ। ତେବେ ଏନେଇ ରାୟଗଡ଼ା ଏସପି ରାଜ ପ୍ରାସାଦଙ୍କ ସହିତ ଯୋଗାଯୋଗ କରିଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନାହିଁ।
ରାୟଗଡା: ପୁଣି ଚାଞ୍ଚଲ୍ୟ ଖେଳାଇଛି ପୋଲିସ ଏସ୍ଆଇଙ୍କ ମୃତ୍ୟୁ ଘଟଣା। ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ବାପୁଜୀ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କୁ ୫୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସିଧପୁର ଗ୍ରାମ ବୋଲି ଜଣାପଡ଼ିଛି।
