ବର୍ଷା ବଢ଼ାଇଲା ଚିନ୍ତା: ବିଭିନ୍ନ ନଦୀରେ ବଢୁଛି ଜଳସ୍ତର, ମୁକାବିଲା ପାଇଁ ପ୍ରଶାସନ ସଜାଗ

Koraput

ଜୟପୁର: କୋରାପୁଟରେ ଗଭୀର ଅବପାତ ପରେ ବଢ଼ୁଛି ବର୍ଷା ବିତ୍ପାତ । ବର୍ଷା ଥମିବାର ନାଁ ଧରୁନଥିବା ବେଳେ କୋରାପୁଟ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହେବାକୁ ବସିଛି । ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସଂଧ୍ୟ।ରେ ଇଦ୍ରବତୀ ଡ୍ୟାମର ଆଉ ଗୋଟିଏ ଗେଟ ଖୋଲିଛି । କୋଟପାଡ଼ ଅଞ୍ଚଳରେ ବନ୍ୟା ଆଶଙ୍କା ଅଛି । ଲଗାଣ ବର୍ଷାରେ ବିଭିନ୍ନ ପୋଲ ଉପରେ ପାଣି ସୁଅ ବଢ଼ିଛି । ଜୟପୁର ଡ଼ୁବୁଲି ବ୍ରିଜ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି । ଅଘଟଣ ଆଶଙ୍କାରେ ଉଭୟ ପାର୍ଶ୍ଵରେ ପୋବ୍ୟରିକେଡ୍ କରାଯାଇଛି । ଘଟଣା ସ୍ଥଳରେ ପ୍ରଶାସନ ନଜର ରଖିଛି ।

ଅବିରତ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ବିଭିନ୍ନ ପୋଲ ଉପରେ ମଧ୍ୟ ବର୍ଷା ପାଣିର ସୁଅ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଇନ୍ଦ୍ରାବତୀ ଡ୍ୟାମ୍‌ର ଆଉ ଗୋଟିଏ ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଥିବାରୁ ତଳିଆ ଅଞ୍ଚଳରେ ଜଳସ୍ତର ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି । ବିଶେଷକରି କୋଟପାଡ଼ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ବଢ଼ିଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ନଜର ରଖିଥିବା ବେଳେ ସ୍ଥିତିର ନିରନ୍ତର ସମୀକ୍ଷା କରାଯାଉଛି ।  ଅତ୍ୟଧିକ ବର୍ଷା ଯୋଗୁଁ ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ସତର୍କ ରହିଛି ପ୍ରଶାସନ ।  ଆଗକୁ ବର୍ଷାର ପରିମାଣ ଓ ନଦୀ ଜଳସ୍ତର ଉପରେ ନଜର ରଖାଯାଇଛି ।

Share