ସୋର: ଧୋଇଗଲା ଶାରୀଶୁଆ ପାହାଡ ରାସ୍ତା । ଜଳବନ୍ଦୀଖଇରା ବଜାର ସମେତ ସ୍ଥାନୀୟ ଅଞ୍ଚଳ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକର ଭଦ୍ରକରୁ ବାରିପଦା ଭାୟା ଉଦଳା ରାସ୍ତାର ଶାରିଶୁଆ ପାହାଡ଼ର ଘାଟି ରାସ୍ତା ଧୋଇ ଯାଇଛି ।
ପାହାଡ଼ରୁ ବନ୍ୟାଜଳ ଆସି ରାସ୍ତା ଧୋଇଯିବ ଫଳରେ ଯାତାୟାତ ଠପ୍ ହୋଇଯାଇଛି । ମୟୂରଭଞ୍ଜରୁ ବାଲେଶ୍ଵର ଭୁବନେଶ୍ଵର, କଟକ, ଭଦ୍ରକକୁ ଏହି ରାସ୍ତା ସଂଯୋଗ କରୁଛି । ମେଡିକାଲ ସହିତ ସରକାରୀ କାର୍ଯ୍ୟାଳୟକୁ ଯାତାୟାତ ପାଇଁ ଏହା ମୁଖ୍ୟ ରାସ୍ତା ଅଟେ । ୧.୫କିମି ରାସ୍ତା ଏବେ ବିପଦ ସଙ୍କୁଳ ହୋଇପଡିଛି ।
