ଏହି ଘଟଣାକୁ ନେଇ ବିଧାୟକ ଭାସ୍କର ମଢ଼େଇ ପରେ ଗଣମାଧ୍ୟମ ଆଗରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ବନ୍ୟା କାରଣରୁ ଲୋକେ ଜଳବନ୍ଦୀ ଥିବା ବେଳେ ସେମାନଙ୍କ ଅବସ୍ଥା ଅନୁଧ୍ୟାନ କରିବା ପାଇଁ ସେ ଉକ୍ତ ଅଞ୍ଚଳକୁ ଯାଇଥିଲେ । ସେଠାରେ ଜଣେ ସ୍ଥାନୀୟ ଯୁବକ ନିଜ ଉଦ୍ୟମରେ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଓ ରିଲିଫ୍ ବାଣ୍ଟୁଥିବା ଦେଖି ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ହଠାତ୍ ଅନ୍ୟ ଜଣେ ଯୁବକ ମଦ୍ୟପାନ କରି ସେଠାରେ ପହଞ୍ଚିଯାଇଥିଲେ। ସେ ବିଧାୟକଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହ କହିଥିଲେ ଯେ, “ଆପଣ କେବଳ ଭୋଟ୍ ମାଗିବା ପାଇଁ ଏଠାକୁ ଆସିଛନ୍ତି, ଲୋକଙ୍କ ଦୁଃଖ ସହ ଆପଣଙ୍କର କୌଣସି ସମ୍ପର୍କ ନାହିଁ ।”
ମଦ୍ୟପ ଯୁବକଙ୍କ ଏଭଳି ବିଶୃଙ୍ଖଳିତ କଥାରେ ବିଧାୟକ ବିରକ୍ତ ହୋଇଥିଲେ ସତ, କିନ୍ତୁ ଘଟଣାଟିକୁ ସୋସିଆଲ ମିଡିଆରେ ଅତିରଞ୍ଜିତ କରି ଉପସ୍ଥାପନ କରାଯାଉଛି ବୋଲି ଭାସ୍କର ମଢ଼େଇ ଦାବି କରିଛନ୍ତି । ଜଣେ ଲୋକପ୍ରତିନିଧି ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହେବାକୁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଅଭଦ୍ରାମୀ କରାଯିବା ଘଟଣାକୁ ସାଧାରଣ ଲୋକ ନିନ୍ଦା କରିଛନ୍ତି ।
