ପ୍ରାଥମିକ ସୂଚନା ଅନୁଯାୟୀ, ଘରେ ଥିବା ସମୟରେ ଉକ୍ତ ଯୁବକଙ୍କ ହାତରୁ ଏକ ବାଣ ତଳେ ଖସି ପଡ଼ିବାରୁ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଯୋଗୁଁ ଭିତରେ ଥିବା ଅନ୍ୟ ବାଣଗୁଡ଼ିକରେ ମଧ୍ୟ ବିସ୍ଫୋରଣ ହୋଇଥିଲା।ଫଳରେ ଘରଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଥିଲା। ଏହି ବିସ୍ଫୋରଣରେ ପ୍ରତିମା ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବିସ୍ଫୋରଣର ପ୍ରକୃତ କାରଣ ଏବଂ ବାଣ ଗଚ୍ଛିତ ରଖିବା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ହରିଚନ୍ଦନପୁର ଥାନା ଅଞ୍ଚଳର ମାନପୁର ଗାଁରେ ବାଣ ବିକ୍ରି ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ମାନପୁର ଗାଁର ବାସିନ୍ଦା ପ୍ରତିମା ସାହୁ ବୋଲି ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରେ ଜଣେ ଯୁବକ ମଧ୍ୟ ଅଛନ୍ତି, ଯିଏକି ବାଣ କିଣିବା ପାଇଁ ସେହି ଘରକୁ ଯାଇଥିଲେ।
