ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସହକାରୀ ନିର୍ଦ୍ଦେଶକ, ବାବୁଙ୍କର ରହିଛି ୪ କୋଠା, ୩୦ ପ୍ଲଟ…

New 2026 09 29 09 29

ଭୁବନେଶ୍ୱର: ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସମ୍ବଲପୁରସ୍ଥିତ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଗିରଫ କରିଛି।ତାଙ୍କ ସହ ଜଡ଼ିତ ସାତୋଟି ସ୍ଥାନରେ ଏକକାଳୀନ ଚଢ଼ଉ ସମୟରେ ଭିଜିଲାନ୍ସ ଅଧିକାରୀମାନେ କୋଟି କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିବା ପରେ ଏହି ଗିରଫଦାରୀ କରାଯାଇଛି। ଆଜି ତାଙ୍କୁ ସମ୍ବଲପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯିବ।

ଚଢ଼ଉ ସମୟରେ ତାଙ୍କ ପାଖରେ ବିପୁଳ ପରିମାଣର ସମ୍ପତ୍ତି ଥିବା ଜଣାପଡ଼ିଥିଲା, ଯାହା ବିଷୟରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଠାବ କରାଯାଇଥିବା ସମ୍ପତ୍ତି ମଧ୍ୟରେ ରହିଛି ଚାରୋଟି ବହୁତଳ ବିଶିଷ୍ଟ କୋଠା (ଯେଉଁଥିରେ ଭୁବନେଶ୍ୱରରେ ଦୁଇଟି ଓ ପୁରୀରେ ଗୋଟିଏ ଅନ୍ତର୍ଭୁକ୍ତ), ଗୋଟିଏ ୩ – ବିଏଚ୍‌କେ ଫ୍ଲାଟ୍, ୩୦ଟି ମୂଲ୍ୟବାନ ପ୍ଲଟ୍, ୩୦୦ ଗ୍ରାମ ସୁନା, ୩୬.୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ଗୋଟିଏ ଚାରିଚକିଆ ଗାଡ଼ି ଇତ୍ୟାଦି। ଏହି ଘଟଣାରେ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରା ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ଥାନାରେ ଉକ୍ତ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।

Share