ଭୁବନେଶ୍ବର: ଓରାଙ୍ଗଉଟାନଙ୍କୁ ସୁଟ କରୁଛି ଓଡ଼ିଶା ଜଳବାୟୁ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ଓଜନ ମଧ୍ୟ ବଢ଼ୁଛି ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଶେଷଜ୍ଞ ଡାକ୍ତରୀ ଦଳ ନିୟମିତ ଭାବେ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଆଗାମୀ ଦିନରେ ସେମାନଙ୍କ ଡିଏନଏ ଟେଷ୍ଟ କରାଯିବ । ଅନ୍ୟପଟେ ବାଣୀ ବିହାର ଓଭରବ୍ରିଜ ଉପରୁ ଅଜଗର ଉଦ୍ଧାର ଘଟଣାରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । କହିଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ, ଭୁବନେଶ୍ୱର ବାଣୀ ବିହାର ଓଭରବ୍ରିଜ ଉପରୁ ଅଜଗର ଉଦ୍ଧାର ଘଟଣାକୁ ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ତଦନ୍ତ ପାଇଁ ପିସିସିଏଫ୍ ୱାଇଲ୍ଡ ଲାଇଫଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଅଜଗରଟି କେଉଁ ପରିସ୍ଥିତିରେ ଓଭରବ୍ରିଜ ଉପରକୁ ଆସିଲା ଏବଂ ଘଟଣା ପଛରେ କୌଣସି କାରଣ ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।
