ଖୁଦୁରୁକୁଣୀ ଭସାଣି ବେଳେ ବିରୋଧ କରିବାରୁ ଏସ୍‌ଆଇଙ୍କୁ ଆକ୍ରମଣ

Screenshot 2026 10 03

ହାଟଡିହୀ: ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ। କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ନାୟକଙ୍କ ଆଖିରେ ଆଘାତ ଲାଗିଥିବା ସୂଚନା ।

ଘଟଣା ପରେ ଘଷିପୁରା ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ୪ ଜଣ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ଖବରମୁତାବକ, ରାତି ୧୦ଟା ପରେ ଡିଜେ ବଜାଇବାକୁ ଏସ୍‌ଆଇ ବିରୋଧ କରିଥିଲେ। ଏହାକୁ ନେଇ କିଛି ଯୁବକଙ୍କ ସହ ପୋଲିସ ଅଧିକାରୀଙ୍କର ବଚସା ହୋଇଥିଲା। ପରେ ଉତ୍ତେଜନା ବଢ଼ିବା ସହ କିଛି ଯୁବକ ଏସ୍‌ଆଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଛି । ଏନେଇ ଡିଏସ୍ ପି କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।

 

Share