ଖଲିକୋଟ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, କ୍ୟାମ୍ପସରେ ପୋଲିସ ମୁତୟନ

1561460283phpionngW 696x392

ବ୍ରହ୍ମପୁର: କ୍ୟାମ୍ପସ ତାତି ଭିତରେ କ୍ଷମତାର କସରତ!ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା। ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ। ଟାଉନ୍ ଥାନାରେ ୯ ଅଟକ। କ୍ୟାମ୍ପସରେ ପୋଲିସ ମୁତୟନ ହୋଇଛନ୍ତି। ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି ନୂଆ ସରକାର। ହେଲେ ଘରେ ନପସୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଦେଖାଦେଇଛି ଛତ୍ର ଅଶାନ୍ତ। କଲେଜ କେମ୍ପସରେ ଦୁଇ ଛାତ୍ର ନିଜ ନିଜର ପ୍ରତିହାରୀ ବଜାୟ ରଖିବା ଲାଗି ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିବା ସମୟରେ ମୁହାଁମୁହିଁ ହୋଇଛି।

କ୍ୟାମ୍ପସ ଭିତରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ମାମଲା ଏବେ ଥାନାରେ ପହଞ୍ଚିଛି। ଟାଉନ ଥାନାରେ ୯ ଜଣ ଛାତ୍ରଙ୍କୁ ଅଟକ ରଖାଯାଇଛି। ସେପଟେ ଦୀର୍ଘ ବର୍ଷ ଧରି ଛାତ୍ର ନିର୍ବାଚନର ଟେନସନରୁ ବହୁ ଦୂରରେ ଥିବା ପୋଲିସ ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ଏବେ ବଡ ଚଡକ ପଶିଛି। କ୍ୟାମ୍ପସରେ ଶାନ୍ତ ବାତାବରଣ ରଖିବା ସହ ନିର୍ବାଚନକୁ ହିଂସା ମୁକ୍ତ କିଭଳି କରିହେବ ତାକୁ ନେଇ ଚିନ୍ତା ବଢିଛି। ଛାତ୍ର ନିର୍ବାଚନ ଘୋଷଣା କରିବାର କିଛି ସମୟ ମଧ୍ୟରେ ଛାତ୍ରଙ୍କ ମଧ୍ଯରେ ଆରମ୍ଭ ହୋଇଥିବା ବାତାବରଣର ତାତି ଟାଉନ ଥାନା ପରିସରରେ ଉତୁରିବା ଆରମ୍ଭ ହୋଇଛି।

ସୂଚନା ଥାଉକି ଛାତ୍ର ସଂସଦ ନିର୍ବାଚନ ଲାଗି ଆସନ୍ତା ୭ତାରିଖରେ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୫ ତାରିଖରେ ନିର୍ବାଚନ ଓ ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ ପାଳନ ଲାଗି ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟରେ ପୂର୍ବ ସରକାରଙ୍କ ଅମଳରୁ ଦୀର୍ଘ ୮ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା। ବିଳମ୍ବ ହେଉ ପଛେ ନୂଆ ସରକାର ଛାତ୍ର ସଂସଦ ନିର୍ବାଚନ ଲାଗି ଦେଲେ ସବୁଜ ସଙ୍କେତ। ଆଉ ଆଜି ମନ୍ତ୍ରୀଙ୍କ ଘୋଷଣା ପରେ ସରଗରମ କଲେଜ କ୍ୟାମ୍ପସ। ବିଜ୍ଞପ୍ତି ପ୍ରକାଶ ଓ ପ୍ରସ୍ତୁତି ପରେ ମଧ୍ୟ ବିଶୃଙ୍ଖଳା ଆଳରେ ପୂର୍ବ ସରକାର ୨୦୧୮ମସିହାରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଦେଇଥିଲେ। ତାପରେ କୋଭିଡ-୧୯ ଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା ନିର୍ବାଚନ ।

Share