ଅକ୍ଟୋବର ୭ ଏବଂ ୮ ତାରିଖରେ ମାଲକାନଗିରି, ନୂଆପଡ଼ା ଏବଂ ବଲାଙ୍ଗୀର ସହ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା କରାଯାଉଛି। ଘଡ଼ଘଡ଼ି ଓ ବିଜୁଳି ସମୟରେ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପାଗ ଅସ୍ଥିର ରହିବ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ସହ ଜୋରଦାର ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ ସମ୍ବନ୍ଧୀୟ ସୂଚନା ଉପରେ ନଜର ରଖିବା ଏବଂ ବିଜୁଳି, ଘଡ଼ଘଡ଼ି ସମୟରେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
