ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ୨,୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର ସମାରୋହରେ ସାମିଲ ହେଲେ। ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଂ ଲାଇନ୍ ଉଦଘାଟନ କରିବା ସହ ମାନୁପାକ୍ଟରିଂ କମ୍ପଲେକ୍ସ ପରିଦର୍ଶନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଦ୍ଵିତୀୟ ଶକ୍ତି ଇଞ୍ଜିନ୍ ଉତ୍ପାଦନ ଲାଇନ୍ ପାଇଁ ପ୍ରାୟ ₹୨୧୮ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ନୂତନ ଲାଇନ୍ ସ୍ଥାପନ ଦ୍ଵାରା ଶକ୍ତି ଇଞ୍ଜିନର ବାର୍ଷିକ ଉତ୍ପାଦନ କ୍ଷମତା ୮୦ ରୁ ୧୮୦ କୁ ବୃଦ୍ଧି ପାଇବ। ୨୦୨୮-୨୯ ସୁଦ୍ଧା ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ବାର୍ଷିକ ୧୦୦ଟି ଅଧିକ ଇଞ୍ଜିନ୍ ନିର୍ମାଣ ହୋଇପାରିବ।
ଏହି ଶକ୍ତି ଇଞ୍ଜିନଗୁଡ଼ିକ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଧ୍ରୁବ (Dhruv – Advanced Light Helicopter) ଏବଂ ପ୍ରଚଣ୍ଡ (Prachand – Light Combat Helicopter) ପରି ସାମରିକ ହେଲିକପ୍ଟରଗୁଡ଼ିକର ଆବଶ୍ୟକତା ପୂରଣ କରିବ। ଏହି ଅବସରରେ HAL କୋରାପୁଟ ଡିଭିଜନ ଦ୍ଵାରା ପ୍ରସ୍ତୁତ ୨,୦୦୦ତମ ଏରୋ-ଇଞ୍ଜିନର ସଫଳ ବିତରଣ (Delivery) କରାଯାଇ ଇତିହାସ ରଚାଯାଇଛି। ଏହି ପଦକ୍ଷେପ ଦ୍ଵାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର “ଆତ୍ମନିର୍ଭରଶୀଳତା” ଆହୁରି ମଜବୁତ ହେବା ସହ ଓଡ଼ିଶାର ସୁନାବେଡ଼ା ଅଞ୍ଚଳ ଏରୋସ୍ପେସ୍ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି।
