ଛାତ୍ର ସଂସଦ ନିର୍ବାଚନ ପାଇଁ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଗଠନ ହେଲା କୁଇକ ରେସ୍ପନ୍ସ ଟିମ୍

Clg election

ଭୁବନେଶ୍ବର: କଲେଜ ଛାତ୍ର ସଂସଦ ନିର୍ବାଚନ ନେଇ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସିମାନଙ୍କ ସହ ବୈଠକ । ଏଥିପାଇଁ ବିଶେଷ ଆରେଞ୍ଜମେଣ୍ଟ କରାଯାଇଛି । କୁଇକ ରେସ୍ପନ୍ସ ଟିମ୍ ଗଠନ ହୋଇଛି । ରାଜଧାନୀରେ ୧୩ଟି ସ୍ଥାନରେ କଲେଜ ଇଲେକ୍ସନ ହେବ । ସେଥିପାଇଁ କ୍ୟାମ୍ପସରେ ପୋଲିସ ପ୍ରହରା ଦିଆଯାଇଛି । ଅଣଛାତ୍ରଙ୍କୁ ୱାର୍ଣ୍ଣିଂ ଦିଆଯାଉଛି । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଶୃଙ୍ଖଳା କରିଲେ ପଡ଼ିବ ମହଙ୍ଗା । ସୋସିଆଲ ମିଡ଼ିଆରେ କଡା ନଜର ରଖିବ ପୋଲିସ ଟିମ୍ । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ସହ ପୋଲିସର ଯୋଗାଯୋଗ ରହିଛି ବୋଲି କହିଛନ୍ତି ଡିସିପି ।

ରାଜଧାନୀର ୧୩ଟି ସ୍ଥାନରେ କଲେଜ ଇଲେକ୍ସନ ହେବାକୁ ଥିବାରୁ ପ୍ରତ୍ୟେକ କ୍ୟାମ୍ପସ ଉପରେ ପୋଲିସର ନଜର ରହିବ । ଏଥିପାଇଁ କ୍ୟାମ୍ପସ ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ପ୍ରହରା ବଢ଼ାଯାଇଛି । ଜରୁରୀ ପରିସ୍ଥିତିରେ ତୁରନ୍ତ ପହଞ୍ଚିବା ପାଇଁ କୁଇକ୍ ରେସ୍ପନ୍ସ ଟିମ୍ ବା କ୍ୟୁଆରଟି ମଧ୍ୟ ଗଠନ କରାଯାଇଛି । ଏହାସହ ସୋସିଆଲ ମିଡିଆ ଉପରେ ମଧ୍ୟ ପୋଲିସର ସ୍ୱତନ୍ତ୍ର ନଜର ରହିବ ।

ନିର୍ବାଚନକୁ ନେଇ କୌଣସି ଉତ୍ତେଜନାମୂଳକ ପୋଷ୍ଟ, ଗୁଜବ କିମ୍ବା ଆଇନଶୃଙ୍ଖଳା ଭଙ୍ଗ କରିବା ଭଳି କାର୍ଯ୍ୟ ଉପରେ ନଜର ରଖିବ ପୋଲିସ ଟିମ୍ । ଏନେଇ ସମସ୍ତ କଲେଜ କର୍ତ୍ତୃପକ୍ଷଙ୍କ ସହ ପୋଲିସ ନିୟମିତ ଯୋଗାଯୋଗରେ ରହିଛି । ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ କଲେଜ ଛାତ୍ର ସଂସଦ ନିର୍ବାଚନ ସମ୍ପନ୍ନ କରିବା ପୋଲିସର ମୁଖ୍ୟ ଲକ୍ଷ୍ୟ । ନିର୍ବାଚନ ସମୟରେ କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ଉପୁଜିଲେ ତୁରନ୍ତ ପଦକ୍ଷେପ ନେବାକୁ ପୋଲିସ ପ୍ରସ୍ତୁତ ରହିଛି ବୋଲି ଡିସିପି କହିଛନ୍ତି ।

Share