ବାଣ ବିସ୍ଫୋରଣରେ ଆଖି ବୁଜିଲେ ବାପ-ପୁଅ

Download (3)

ଜଗତସିଂହପୁର : ଜଗତସିଂହପୁରରେ ଅଭାବନୀୟ ଘଟଣା । ବାଣ ବିସ୍ଫୋରଣ ନେଇଗଲା ଦୁଇ ନୀରିହଙ୍କ ଜୀବନ । ବିସ୍ଫୋରଣରେ ଆଖି ବୁଜିଲେ ଗୋଟିଏ ପରିବାରର ବାପ-ପୁଅ । ଜଗତସିଂହପୁର ଜିଲ୍ଲା ମହିଲୋ ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ବିସ୍ଫୋରକ ଘଟଣା ।

ସୂଚନା ମୁତାବକ, ମହିଲୋ ଗାଁରେ ମନୋରଞ୍ଜନ ସ୍ଵାଇଁଙ୍କ ଘରେ ଏଭଳି ବାଣ ବିସ୍ଫୋରଣ ଘଟିଛି। ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଚି। ମୃତକ ହେଲେ ଖୋଦ୍ ମନୋରଞ୍ଜନ ସ୍ବାଇଁ ଏବଂ ତାଙ୍କ ପୁଅ ସୌମ୍ୟ ସାହିଲ ସ୍ବାଇଁ ।  ବିସ୍ଫୋରଣରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ତିନି ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତ୍ତର୍ତ୍ତି କରାଯାଇଥିବା ବେଲେ  ଅନ୍ୟ ୨ ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।

ଘରେ ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ବେଳେ ଏଭଳି ଅଘଟଣ ଘଟିଥିବା ପୋଲିସ କହି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ପୋଲିସ ନିଜର ତଦନ୍ତ ଜାରି ରଖିଛି । ଘଟଣାରେ ଗୋଟିଏ ପରିବାରରେ ବାପ-ପୁଅଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Share