ସବୁଆଡ଼ୁ ନିରାଶ ହେବା ପରେ ତୁଳସୀଙ୍କୁ ଧରି ପରିବାର ଲୋକ ଶେଷରେ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲା। ସେଠାରେ ତାଙ୍କର ବିଭିନ୍ନ ଟେଷ୍ଟ ହୋଇଥିଲା। ଏହି ସମୟରେ ତାଙ୍କ ପେଟରେ ଥିବା ବିଶାଳ ଟ୍ୟୁମର ସମ୍ପର୍କରେ ଜାଣିବାକୁ ପାଇଥିଲେ ଡାକ୍ତର। ତେବେ ଟ୍ୟୁମରର ଆକାର ଅତ୍ୟନ୍ତ ବିଶାଳ ଥିବାରୁ ଏହାକୁ ବାହାର କରିବା ଡାକ୍ତରୀ ଟିମ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତଥାପି ଡାକ୍ତର ଦିଣ୍ଡା ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଦୀର୍ଘ ଘଣ୍ଟାର ଅପରେସନ ପରେ ତୁଳସୀଙ୍କ ପେଟରୁ ଟ୍ୟୁମରକୁ ସଫଳତାର ସହ ବାହାର କରିଥିଲେ।
ଏହାର ଓଜନ ୨୦ କେଜି ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବାରୁ ଏବେ ତୁଳସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ଆଉ କିଛି ଯାଞ୍ଚ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରିଦିଆଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ବିରଳ ଅସ୍ତ୍ରୋପଚାରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି।
