ଖାଇକୁ ଖସିପଡ଼ିଲା କାର୍: ୪ ମୃତ, ୨ ଗୁରୁତର

Jaipur

ଜୟପୁର : ରାଜସ୍ଥାନର ଜୟପୁର ଗ୍ରାମୀଣ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସକୁ ସୂଚନା ମିଳିବା ପରେ ଘଟଣା ସ୍ଥଳରେ ପହଞ୍ଚି କାରରେ ଫସିଥିବା ଲୋକଙ୍କ ବାହାରକୁ କାଢିଥିଲେ । ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, କାରଟି ମନୋହରପୁରରୁ ଦୌସା ଅଭିମୁଖେ ଯାଉଥିବା ବେଳେ ହାଇୱେର ରାୟସର ନିକଟ ଜମୱାରାମଗଡ଼ ଅଞ୍ଚଳରେ ଗାଡ଼ିଟି ହଠାତ୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡ଼ିଥିଲା । ଦୁର୍ଘଟଣା ଦେଖି ରାସ୍ତାରେ ଯାଉଥିବା ଲୋକେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ଏକ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚଳାଇଥିଲା । ପରେ କାର୍ ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରାଯାଇଥିଲା ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ । ପୋଲିସ ମୃତକଙ୍କ ପରିଚୟ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିଛି । ମୃତଦେହଗୁଡ଼ିକୁ ହସ୍ପିଟାଲରେ ରଖାଯାଇଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ କରୁଛି ।

Share