ଏହି ବହୁପାକ୍ଷିକ ମଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଉଛି SCO ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରାଚୀନ ସଭ୍ୟତା, କଳା, ସାହିତ୍ୟ, ସଂସ୍କୃତି ଏବଂ ଐତିହାସିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା। ୨୦୨୫ ସମିଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରସ୍ତାବ ଆଧାରରେ ଏହି ଫୋରମ୍ ଆରମ୍ଭ କରାଯାଇଛି।
ତେବେ କୂଟନୈତିକ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ ଏହି ସମ୍ମିଳନୀ ଏକ ବହୁପାକ୍ଷିକ ସଂଗଠନର କାର୍ଯ୍ୟକ୍ରମ ହୋଇଥିବାରୁ ଏହା ସହିତ ପାକିସ୍ତାନ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କର କୌଣସି ସିଧାସଳଖ ଯୋଗସୂତ୍ର ନାହିଁ। ଆସନ୍ତା ୨୦୨୬-୨୭ ବର୍ଷ ପାଇଁ ପାକିସ୍ତାନ SCOର ଅଧ୍ୟକ୍ଷତା ଗ୍ରହଣ କରିଥିବା ବେଳେ ଏହି ଆଞ୍ଚଳିକ ସହଯୋଗକୁ ଆଗକୁ ନେବାକୁ ଭାରତ ଏହି ପଦକ୍ଷେପ ନେଇଛି। ଭାରତ, ପାକିସ୍ତାନ, ଚୀନ୍, ରୁଷ, ଇରାନ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଓ ବେଲାରୁଷ ସମେତ ସମସ୍ତ ୧୦ଟି ଦେଶ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି।
