ନାବାଳିକାଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇ ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

Ps

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ପୋଲିସ ହାତରେ ବ୍ଲାକମେଲର୍ ।  ନାବାଳିକାଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇ କରୁଥିଲା ବ୍ଲାକମେଲ୍, ଅଭିଯୁକ୍ତ ଦୀପ୍ତି ରଞ୍ଜନ ସାହୁ ଗିରଫ ।  ସୋସିଆଲ୍ ମିଡିଆରେ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇ ଯୁବତୀଙ୍କୁ ବ୍ଲାକମେଲ୍ କରୁଥିବା ଅଭିଯୋଗରେ ଆଳୁ ବ୍ୟବସାୟୀ ଦୀପ୍ତି ରଞ୍ଜନ ସାହୁଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଫଟୋ ଓ ଭିଡିଓ ଦେଖାଇ ଘରେ କହିଦେବାର ଧମକ ଦେଇ ଯୁବତୀଙ୍କଠାରୁ ଅଶ୍ଳୀଳ ଫଟୋ ଓ ଭିଡିଓ ମାଗୁଥିଲା ଅଭିଯୁକ୍ତ । ଏପରିକି ଫଟୋ ଓ ଭିଡିଓ ଭାଇରାଲ୍ କରିଦେବାର ଧମକ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି ।  ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ଏଭଳି ବ୍ଲାକମେଲ୍ କରୁଥିବା ନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।ଗିରଫ ପରେ ଅଭିଯୁକ୍ତର ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

ଜବତ ମୋବାଇଲ୍‌ରେ ଅନେକ ଯୁବତୀଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଥିବା ଜଣାପଡ଼ିଛି ।  ଏହି ଘଟଣାରେ ଆଉ କେତେଜଣ ପ୍ରଭାବିତ ହୋଇଛନ୍ତି ଏବଂ ଅଭିଯୁକ୍ତର ଅନ୍ୟ କାର୍ଯ୍ୟକଳାପ କ’ଣ ରହିଛି, ସେନେଇ ପୋଲିସର ତଦନ୍ତ ଜାରି କରିବା ସହ ଅଭିଯୁକ୍ତକୁ କୋର୍ଟ ଚଲାଣ କରିଛି ପୋଲିସ ।

Share