ୟୁପି ନିର୍ବାଚନରେ କୌଣସି ଦଳକୁ ମଧ୍ୟ ସମର୍ଥନ ଦେବ ନାହିଁ ସିଜେପି

22

ମୁମ୍ବାଇ: ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନରେ କକ୍ରୋଚ ଜନତା ନତା ପାର୍ଟି (ସିଜେପି) ପ୍ରତିବୃଦ୍ଧିତା କରିବ ନାହିଁ କି କୌଣସି ଦଳକୁ ମଧ୍ୟ ସମର୍ଥନ ଦେବ ନାହିଁ । ସିଜେପି ସଂଯୋଜକ ଅଭିଜିତ ଦୀପକେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ନିର୍ବାଚନରେ ଜାତି ଓ ଧର୍ମ ପରିବର୍ତ୍ତେ ଯୁବପିଢ଼ି ସହ ଜଡ଼ିତ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଦୀପକେ କହିଥିଲେ ଯେ ଯୁବପିଢ଼ିକ ସମସ୍ୟା ଓ ପ୍ରସଙ୍ଗକୁ ନେଇ ନିର୍ବାଚନ ହେବା ଉଚିତ । ଆଉ କେତେଦିନ ଜାତି ଓ ଧର୍ମ ନାମରେ ନିର୍ବାଚନ ଲଢ଼ିବା? ଆଜି ସାରା ବିଶ୍ୱ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ନବୀକରଣ ଯୋଗ୍ୟ ଶକ୍ତି ଉପରେ ଆଲୋଚନା କରୁଛି । ଜାତୀୟ ରାଜନୀତିର ମୁଖ୍ୟ ଧ୍ୟାନ ନିଯୁକ୍ତି ଏବଂ ଉନ୍ନତମାନର ଶିକ୍ଷା ଉପରେ ରହୁ ବୋଲି ଆମେ ଚାହୁଁଛୁ।

Share