ରାମ ନାଟକକୁ ନେଇ ଆଡିପଡା ଗାଁରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୧୦ରୁ ଅଧିକ ଆହତ

୪

ନୟାଗଡ: ନୟାଗଡ ନୂଆଗାଁ ଥାନା ଆଡିପଡାରେ ରାମ ନାଟକକୁ ନେଇ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ ଓ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଗାଁରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି । ସେହି ଗାଁରେ ଏକ କୋଠ ଘରକୁ ନେଇ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା । କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଗାଁରେ ରାମ ନାଟକ ଚାଲିଥିଲା । ସେହି ଘରକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ ହୋଇଥିଲେ । ଠେଙ୍ଗା ଓ ଢେଲା ପଥର ମାଡ଼ ହୋଇଥିଲା । ୨ ଗୋଷ୍ଠୀଙ୍କ ମଧ୍ୟରେ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । ଛୁରା ମାଡ଼ରେ ମନୁ ବାରିକ ମୃତ୍ୟୁ ହୋଇଥିବା ବେଳେ ଗାଁର ୧୦ ରୁ ଉର୍ଦ୍ଧ ଲୋକ ଆହତ ହୋଇ ମେଡିକାଲ ରେ ଚିକିତ୍ସା ହେଉଛନ୍ତି । ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗାଁରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

Share