Maha Kumbh Mela 2025
Prayagraj: Rescue operation underway after a stampede occurred on 'Mauni Amavasya' during the ongoing 'Maha Kumbh Mela' festival, in Prayagraj, Wednesday, Jan. 29, 2025. Several casualties have allegedly been reported during the stampede. (PTI Photo/Ravi Choudhary)(PTI01_29_2025_000008B)

ପ୍ରୟାଗରାଜ : ମହାକୁମ୍ଭରେ ଦଳାଚକଟା । ଅଧିକ ଭିଡ କାରଣରୁ ଦଳାଚକଟା । ଦଳାଚକଟାରେ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପ୍ରୟାଗରାଜ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଦଳାଚକଟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରାମର୍ଶ ଦେଇ କହିଛନ୍ତି, ‘‘କୌଣସି ପ୍ରକାରର ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ। ଦଳାଚକଟା ସ୍ଥିତି ପରେ ଏବେ ସ୍ଥିତି ସ୍ବାଭାବିକ ରହିଛି। ଦିନ ତମାମ ମୌନି ଅମାବାସ୍ୟା ବୁଡ଼ ପକାଇବାର ଶୁଭ ମୁହୂର୍ତ୍ତ ରହିଛି। ଅଜଥାରେ ଗହଳି ନକଲେ ଭଲ।’’
ଉଲ୍ଲେଖଯୋଗ୍ୟ, ସାହିସ୍ନାନ ବେଳେ ଦଳାଚକଟାରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତ୍ରିବେଣୀ ସଂଗମରେ ହୋଇଥିବା ଦଳାଚକଟାରେ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି। ଭିଡ଼ କମିବା ପରେ ପୁଣି ଥରେ ସାହି ସ୍ନାନ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି। ଆଜି ମୌନୀ ଅମାବାସ୍ୟା ପାଇଁ ପ୍ରୟାଗରାଜରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଇଥିଲା।
ଭୋର ୪ଟାରୁ ଅମୃତ ସ୍ନାନ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିଲେ। ଏହି ସମୟରେ ବ୍ୟାରିକେଡ୍ ଭାଙ୍ଗିଯିବାରୁ ଦଳାଚକଟା ହୋଇଥିଲା

Share