ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି। ଉତ୍ତରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଫୁଲୁଛି ହୀରାକୁଦ ଜଳଭଣ୍ଡାର। ସକାଳ ୮ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୬.୫୬ ଫୁଟ୍ରେ ପହଞ୍ଚିଛି । ଫଳରେ ଆଉ ୪ ଟି ଗେଟ୍ ଖୋଲାଯାଇଛି। ଏବେ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ବଢ଼ିଲେ ଅଧିକ ଗେଟ୍ ଖୋଲିପାରେ । ଫଳରେ ମହାନଦୀର ତଳମୁଣ୍ଡରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।
ଉପରମୁଣ୍ଡରୁ ହୀରାକୁଦକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୩ ହଜାର ୫୧୨କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦ ସ୍ପିଲ୍-ୱେର ୧୧ଟି ଗେଟ୍, ବୁର୍ଲା ସ୍ପିଲ୍-ୱେର ୫ ଗେଟ୍ ସହ ପାୱାର ଚାନେଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ସମାନ ପରିମାଣରେ ଜଳ ନିଷ୍କାସିତ ହେଉଛି। ଉଭୟ ପାଶ୍ୱର୍ର ୨୦ଟି ସ୍ଲୁଇସ୍ଗେଟ୍, ବୁର୍ଲା ପାୱାର ଚାନେଲ, ବିଭିନ୍ନ ଶିଳ୍ପାନୁଷ୍ଠାନ ବ୍ୟବହାର ପାଇଁ ୨୧୪ କ୍ୟୁସେକ୍ ଓ ଜଳଭଣ୍ଡାର ସଂଲଗ୍ନ ୪ଟି କେନାଲକୁ ମିଶାଇ ପ୍ରତି ସେକେଣ୍ଡରେ ମୋଟ୍ ୨ ଲକ୍ଷ ୨୭ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

