8th news and photo 2 1068x939
ଫୁଲବାଣୀ: ଲଗାଣ ବର୍ଷାରେ ପୁଣି ଧୋଇଗଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଗୁମାଡ଼ି ପୋଲ ଡାଇଭର୍ଷନ ରାସ୍ତା  । ପ୍ରବଳ ବର୍ଷା ଯୋଗୁଁ ପୁଣି ଡାଇଭର୍ଷନ ରାସ୍ତା ଧୋଇଯିବାରୁ ପଞ୍ଚାୟତବାସୀ ହନ୍ତସନ୍ତ ହେଉଥିବା ବେଳେ ଉକ୍ତ ରାସ୍ତା ଯାତାୟାତ କରୁଥିବା  ଗାଡି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା ଫଳରେ ଗତ ଜୁଲାଇ ମାସରେ  ଉକ୍ତ ରାସ୍ତା ଉପରେ ୪ରୁ ୫ଫୁଟ ପାଣି ଯାଉଥିବା ବେଳେ  ସମ୍ପୂର୍ଣ ରାସ୍ତା ଧୋଇ ଯାଇଥିଲା ।  ଏହି ରାସ୍ତା ୫ଟି ପଞ୍ଚାୟତକୁ ସଂଯୋଗ କରୁଛି । ୨ମାସ  ତଳେ
ଏହି ଭଳି ସମାନ ଘଟଣା ଘଟିଥିବା ବେଳେ ଶନିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ପୁନର୍ବାର ଗୁମାଡ଼ି ପୋଲର ଡାଇଭର୍ଷନ ରୋଡ ଧୋଇଯାଇଛି  । ନିମ୍ନ କାମର କାର‌୍ୟ୍ୟ ଯୋଗୁଁ ଏଭଳି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
Share