ନିକଟରେ ଲଗାତାର ଭାବେ ଦୁଇ ଜଣ ଯୁବକ ଗୋପନୀୟ କ୍ୟାମେରାରେ ଶ୍ରୀମନ୍ଦିରର ଆଭ୍ୟନ୍ତରୀଣ ଭାଗର ଫଟୋ ଓ ଭିଡିଓ ଉଠାଇବା ଘଟଣା ଧରାପ଼ଡିଥିଲା । ଏହି ଯୁବକ ମାନେ ନିଜ ଚଷମାରେ ସ୍ପାଏ କ୍ୟାମେରା ଫିଟ୍ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଭକ୍ତମାନେ ଓ ପୁରୀର ସ୍ଥାନୀୟ ବାସିନ୍ଦାମାନେ ଗମ୍ଭୀର ଅସନ୍ତୋଷ ଦେଖାଦେଇଥିଲା ।
ସେପଟେ, ଗୁରୁବାକ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରରେ ମୁତାୟନ ପୋଲିସ କର୍ମଚାରୀଙ୍କୁ ଅଡିଓ କ୍ଷମତାଯୁକ୍ତ ଏବଂ ପର୍ଯ୍ୟାପ୍ତ ସଂରକ୍ଷଣ କ୍ଷମତା ବିଶିଷ୍ଟ ବଡି କ୍ୟାମେରା ପ୍ରଦାନ କରାଯାଇଛି । ଏହି ଅଡିଓ ସକ୍ଷମ ବଡି କ୍ୟାମେରାଗୁଡ଼ିକ ପ୍ରଚଳନ ଦ୍ୱାରା ମନ୍ଦିର ପରିସରରେ ପ୍ରବେଶ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବାରେ ଯଥେଷ୍ଟ କଡାକଡି ହେବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ, ଅଣ-ସେବାୟତଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ମଧ୍ୟ ସହାୟକ ହେବ ।

