ଜଗବନ୍ଧୁ ମାଟି ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲେ। ଜଗବନ୍ଧୁଙ୍କ ବଡ଼ ଭାଇ ଚନ୍ଦ୍ରଭାନୁ ତାଙ୍କୁ ମାଟି ଖୋଳା କାର୍ଯ୍ୟରେ ସହଯୋଗ କରୁଥିଲେ । ଜଗବନ୍ଧୁ ଗାତରେ ପଶି ମାଟି ଖୋଳିଥିଲେ । ହେଲେ କିଛି ଜିନିଷ ବାହାରିନଥିଲା। । ତାନ୍ତ୍ରିକ ଅଧିକ ମାଟି ଖୋଳିବା ପାଇଁ କହିଥିଲେ । ହେଲେ ଗାତରୁ ମାଟି ବାହାର କରୁଥିବାବେଳେ ମାଟି ଅତଡା ଧସିଥିଲା । ଫଳରେ ଜଗବନ୍ଧୁ ଫସି ଅଣନିଃଶ୍ଵାସୀ ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
କେନ୍ଦ୍ରାପଡା : ଅନ୍ଧବିଶ୍ଵାସ ନେଲା ଜୀବନ। ଗ୍ରହ ଶାନ୍ତି ପୂଜା ବେଳେ ଅଘଟଣ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ । ମିଳିଥିବା ସୂଚନା ଅନୁଯାୟୀ ଜଗବନ୍ଧୁ ମହାରଣାଙ୍କ ଘରେ ଗୁଣି ଗାରେଡ଼ି ପାଇଁ ୧୦ ଫୁଟ ଗଭୀର ଗାତ ଭିତରେ ପୂଜା ଚାଲିଥିଲା।ଏହି ସମୟରେ ହଠାତ୍ ମାଟି ଧସି ଯାଇଥିଲା। ଫଳରେ ଜଗବନ୍ଧୁ ମାଟି ତଳେ ରହିଯାଇଥିଲେ। ଗ୍ରାମବାସୀମାନେ ଦୁଇ ଗୁଣିଆ ଙ୍କୁ ଅଟକ ରଖିଛନ୍ତି ।
ପୁଲିସ୍ର ସୂଚନା ଅନୁଯାୟୀ, ଜଗବନ୍ଧୁଙ୍କ ଘରେ ବିଭିନ୍ନ ପ୍ରକାରର ଅଶାନ୍ତି ଲାଗି ରହିଥିଲା । ତେଣୁ ସେ ନେମାଳ ଅଞ୍ଚଳର ଜଣେ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିଥିଲେ । ତାନ୍ତ୍ରିକ ଜଗବନ୍ଧୁଙ୍କୁ କହିଥିଲେ ଘର ଚାରିପଟେ ଏକ ଅତୃପ୍ତ ଆତ୍ମା ବୁଲୁଛି । ଏହି ଅତୃପ୍ତ ଆତ୍ମାର ପ୍ରଭାବରେ ଘରେ ଅଶାନ୍ତି ଲାଗି ରହୁଛି। ଘର ପଛପଟ ଖୋଳିଲେ ମଣିଷ କଙ୍କାଳ ମିଳିବ । ଏହା ସହ ସୁନା ରୂପା ମଧ୍ୟ ମିଳିବ । ଗ୍ରହଶାନ୍ତି ହୋଇଯିବ। ଜଗବନ୍ଧୁ ତାନ୍ତ୍ରିକ କଥାରେ ରାଜିହୋଇ ଯୋଜନା ମୁତାବକ ମଙ୍ଗଳବାର ସନ୍ଧ୍ୟା ସମୟରେ ନେମାଳର ୩ ଜଣ ତାନ୍ତ୍ରିକ ଙ୍କୁ ଘରକୁ ଡାକିଥିଲେ।

