Screenshot 2025 12 20 103516 750x430

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ଭୁଣ୍ଡୁରେ ଥିବା ଏକ ସରକାରୀ ସ୍କୁଲରେ ସାଇନବୋର୍ଡ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି।ତେବେ ଶୁକ୍ରବାର ଅପରାହ୍ନରେ ସ୍କୁଲ କ୍ୟାମ୍ପସ ଭିତରେ କିଛି ଛାତ୍ର ଖେଳୁଥିବା ସମୟରେ ସାଇନବୋର୍ଡଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଯାହାଫଳରେ ସାଇନବୋର୍ଡ ତଳେ ତିନି ଜଣ ଛାତ୍ର ଫସି ଯିବାରୁ ଗୁରୁତର ହୋଇଯାଇଥିଲେ। ସୂଚନା ପାଇ ସ୍କୁଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବଶେଷ ତଳେ ଫସି ରହିଥିବା ଆହତ ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ ଓ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଜଣେ ଛାତ୍ର ମୃତ୍ୟୁବରଣ କରିଥିଲେ। ତେବେ ଅନ୍ୟ ଦୁଇ ଆହତ ଛାତ୍ର ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ସୂଚନା ମିଳିଛି।

Share