Death 750x430 1

ଭୁବନେଶ୍ଵର: ଭୁବନେଶ୍ଵର ନାଲକୋ ଛକସ୍ଥିତ ଏକ ଗେଷ୍ଟ ହାଉସରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ମୈତ୍ରୀବିହାର ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ମୃତକଙ୍କ ନାକରୁ ଫେଣ ଏବଂ ପାଟିରୁ ରକ୍ତ ବାହରୁଥିବାରୁ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ସେ ଜଣେ ଯୁବତୀଙ୍କ ନାମରେ ଅଭିଯୋଗ କରିଛନ୍ତି। ଉକ୍ତ ଯୁବତୀଙ୍କୁ ଧରି ପଚରାଉପରା କରି ସିସିଟିଭି ଯାଞ୍ଚ କଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ମୃତକଙ୍କ ସ୍ତ୍ରୀ କହିଛନ୍ତି। ମୃତକ ହେଉଛନ୍ତି ଶରତ ଭଟ୍ଟାଚାର୍ଯ୍ୟ।

ସୂଚନା ଅନୁସାରେ, ଶରତଙ୍କ ନିଖୋଜ ନେଇ ଗତ ୨୦ ତାରିଖରେ ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କ ସ୍ତ୍ରୀ ଏହି ଅଭିଯୋଗ କରିଥିଲେ। ୧୯ ତାରିଖ ଦିନ ଶରତ ଘରୁ ବାହାରି ଆସିଥିଳେ। ପରେ ଘରକୁ ଫେରିବା ବିଳମ୍ବ ହେବ ବୋଲି ଫୋନ କରି ଜଣାଇଥିଲେ। ହେଲେ ୨୦ ତାରିଖ ବେଳକୁ ସେ ଘରକୁ ନ ଫେରିବାରୁ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ।

Share