ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶରେ ହେବାକୁ ଥିବା ଜାତୀୟ ସ୍କୁଲ କୁସ୍ତି ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ୧୬ ଜଣ ଯୁବ ଖେଳାଳି ଅତ୍ୟନ୍ତ ଦୟନୀୟ ଭାବରେ ଟ୍ରେନର ଶୌଚାଳୟ ପାଖରେ ବସି ଯାତ୍ରା କରିଥିବା ଜଣାପଡ଼ିଛି। ତେବେ ଦଶ ଜଣ ପୁଅ ଏବଂ ଆଠ ଜଣ ଝିଅଙ୍କୁ ନେଇ ତିଆରି ଏହି ଟିମର ଟିକେଟ କନଫର୍ମ ହୋଇ ନପାରିବାରୁ ସେମାନଙ୍କୁ ପ୍ରବଳ ଥଣ୍ଡାରେ ଟ୍ରେନର ସାଧାରଣ କୋଚ୍ର ଶୌଚାଳୟ ପାଖରେ ଯାତ୍ରା କରିବାକୁ ପଡିଥିଲା। ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାକୁ ପଠାଯାଇଥିଲା।
ତେବେ ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କଡା ନିନ୍ଦା କରାଯାଇଥିଲା।

