Screenshot 2025 12 23 164412

କଟକ: ବିଧାୟକଙ୍କ ଦରମା ବୃଦ୍ଧି ମାମଲା । ହାଇକୋର୍ଟରେ ବିଧାୟକଙ୍କ ଦରମା ବୃଦ୍ଧି ମାମଲା ଗ୍ରହଣ ହେଲା ନାହିଁ । AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ ଯୁକ୍ତି ପରେ ଗ୍ରହଣ କଲେନି ହାଇକୋର୍ଟ । ପ୍ରିମାଚ୍ୟୁର କହି ମାମଲାକୁ ଗ୍ରହଣ କଲେନି ହାଇକୋର୍ଟ । ବିଧିବଦ୍ଧ ବିଜ୍ଞପ୍ତି ହୋଇ ନଥିବା ଦର୍ଶାଇ ମାମଲା ଗ୍ରହଣୀୟ ହେବନି କହିଛନ୍ତି ହାଇକୋର୍ଟ । ବିଧିବଦ୍ଧ ବିଜ୍ଞପ୍ତି ପରେ ମାମଲା କରିପାରିବେ ବୋଲି ଆବେଦନକାରୀଙ୍କୁ ଅନୁମତି ଦେଲେ ହାଇକୋର୍ଟ ।

ହାଇକୋର୍ଟରେ ଏକ ମାମଲା ରୁଜୁ କରି ଆବେଦନକାରୀ ଦର୍ଶାଇଥିଲେ ଯେ, ଓଡ଼ିଶା ବିଧାୟକମାନଙ୍କ ଦରମା ଅନ୍ୟ ସମସ୍ତ ରାଜ୍ୟର ବିଧାୟକମାନଙ୍କ ଅପେକ୍ଷା ଅଧିକ। ଓଡ଼ିଶା ଭଳି ଗରିବ ରାଜ୍ୟରେ ଏଭଳି ଦରମା ବୃଦ୍ଧି କରିବା ଦ୍ବାରା ଅର୍ଥ ବ୍ୟବସ୍ଥା ଉପରେ ଗୁରୁତର ଭାବେ ପ୍ରଭାବ ପଡ଼ିବ। ଏଭଳି ଦରମା ବୃଦ୍ଧି ସମ୍ପୂର୍ଣ୍ଣ ବେଆଇନ ତଥା ଅସାମ୍ବିଧାନିକ । ନିଷ୍ପତ୍ତିକୁ ରଦ୍ଦ କରାଯାଇ ବିଧାୟକମାନଙ୍କ ଦରମା ବୃଦ୍ଧି ପାଇଁ ସ୍ୱାଧୀନ ବେତନ କମିସନ ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ସମାଜସେବୀ ନାରାୟଣ ଚନ୍ଦ୍ର ଜେନା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ।

 

Share