Je n

ଭୁବନେଶ୍ୱର :  ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ  । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଧରାପଡ଼ିଲେ ଟାଟା ପାୱାର ଜେଇ ।  ଏକ ଇଟା କାରଖାନାକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ମାଲକାନଗିରି TPSODL ଜୁନିଅର ଇଞ୍ଜିନିୟର ପ୍ରଦେଶ ପ୍ରସାଦ ନାୟକ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।  ଏ ନେଇ ଭିଜିଲାନ୍ସକୁ ଜଣାଇଥିଲେ ଇଟା କାରଖାନା ମାଲିକ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବ ଯୋଜନା ମୁତାବକ ଧରିଥିଲା ଭିଜିଲାନ୍ସ ଟିମ୍ ।

ଜେଇଇ ପ୍ରଦେଶ ପ୍ରସାଦ ନାୟକ ଓ ତାଙ୍କ ସହଯୋଗୀ ଭଞ୍ଜ କିଶୋର ସ୍ବାଇଁ ଲାଞ୍ଚ ନେଉଥିଲେ । ଉଭୟଙ୍କୁ ଗିରଫ କରାଯାଇଛି ।  ଲାଞ୍ଚ ଧରା ପଡ଼ିବା ପରେ ଜେଇ ପ୍ରଦେଶ ପ୍ରସାଦଙ୍କ ଲିଙ୍କ୍ ରେ ଦୁଇଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ।  ଉଭୟ ଶ୍ରୀପଦ ନାୟକ ଓ ଭଞ୍ଜକିଶୋର ସ୍ବାଇଁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Share