Red m

କଳାହାଣ୍ଡି: କଳାହାଣ୍ଡିରେ ଲଜ୍ଜା । ସ୍ପେଶାଲ ସ୍କୁଲରେ ପାପର ପସରା, ପୋଲିସ ତଦନ୍ତ ଆରମ୍ଭ । କଳାହାଣ୍ଡିର   ଭିନ୍ନକ୍ଷମ ସ୍କୁଲରେ ସାଂଘାତିକ କାଣ୍ଡ । ୱାର୍ଡେନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ଭିନ୍ନକ୍ଷମ ଛାତ୍ରୀଙ୍କୁ ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ ଆସିଛି । କଳାହାଣ୍ଡି ଜିଲ୍ଲାର ପରମାନନ୍ଦ ପୁରସ୍ଥିତ ଭିନ୍ନକ୍ଷମ ସ୍କୁଲରେ ସାମ୍ନାକୁ ଆସିଛି ଅତି ଅମାନବୀୟ ଘଟଣା । ଏହି ସ୍କୁଲର ପୁରୁଷ ୱାର୍ଡେନ ସନ୍ଧ୍ୟା ଦର୍ଶନ ମହାପାତ୍ରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଅନେକ ଛାତ୍ରୀଙ୍କୁ ୱାର୍ଡେନ୍ ଶାରୀରିକ ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ୱାର୍ଡେନ ଛାତ୍ରୀମାନଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ଏବଂ ସେମାନଙ୍କ ଇଚ୍ଛା ବିରୋଧରେ ଟଣାଓଟରା କରିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସ୍କୁଲର ଏକ ଅନ୍ଧାରିଆ କୋଣରେ ୱାର୍ଡେନ ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରୁଥିବା ଦେଖାଯାଉଛି । ଛାତ୍ରୀଜଣକ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି।

ପିଲାମାନେ କଥା କହିପାରୁ ନଥିବାରୁ, ଇଶାରାରେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଜଣାଇଛନ୍ତି । ତାଛଡ଼ା ଯେଉଁ ଛାତ୍ରଏହାର ପ୍ରତିବାଦ କରିବାକୁ ଚେଷ୍ଟା କରୁଥିଲେ, ସେମାନଙ୍କୁ କଠୋର ଦଣ୍ଡ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି । ଘଟଣା ଜଣାପଡ଼ିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ପୋଲିସ ବର୍ତ୍ତମାନ ସ୍କୁଲର CCTV ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରୁଛି । ଅଭିଯୁକ୍ତଙ୍କ ବିରୋଧରେ ‘ପୋକ୍ସୋ’ (POCSO) ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଏହି ଘଟଣା ସାରା ଓଡ଼ିଶାରେ ତୀବ୍ର ଆଲଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି ହୋଇଛି ।

Share