Vikram t

ବ୍ରହ୍ମପୁର: ବିକ୍ରମ ପଣ୍ଡା ଅସୁସ୍ଥ । ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି । କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ବିକ୍ରମ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଅଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଗତ ବର୍ଷ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । ୨୦୨୫ ଅକ୍ଟୋବର ୨୨ ତାରିଖରେ ବିକ୍ରମ ପଣ୍ଡା ଗିରଫ ହୋଇଥିଲେ । ଗତ ଜାନୁଆରୀ ୪ ତାରିଖରେ ପୋଲିସ ଏ ମାମଲାରେ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ଏ ମାମଲାରେ ବିକ୍ରମଙ୍କ ସହ ମୋଟ ୧୬ ଜଣ ଅଭିଯୁକ୍ତ ଅଛନ୍ତି ।

Share