Ps 1

ଭୁବନେଶ୍ୱର : ରାଜଧାନୀରେ ହାଇଟେକ ଚୋର ।  ବରଯାତ୍ରୀ ବେଶରେ ଆସିଲେ, କଳାକନା ବୁଲାଇ ଚାଲିଗଲେ । ଭୁବନେଶ୍ୱରର ଏକ ତାରକା ହୋଟେଲରେ ବାହାଘର ଚାଲିଥିବା ବେଳେ ହୋଇଛି ଲୁଟ୍ । ବରଯାତ୍ରୀ ବେଶରେ ଆସି ଦୁର୍ବୃତ୍ତମାନେ ପ୍ରଥମେ ଭୋଜି ଖାଇଥିଲେ ।  ପରେ ସୁଯୋଗ ଦେଖି କନ୍ୟାକୁ ମିଳିଥିବା ଗିଫ୍ଟ ଓ ଟଙ୍କା ଥିବା ଭ୍ୟାନିଟ ନେଇ ଫେରାର ହୋଇଯାଇଥିଲେ ।  ଭ୍ୟାନିଟିରେ ପ୍ରାୟ ୩ ଲକ୍ଷ ଟଙ୍କା ଥିବା ସୂଚନା ।  ସିସିଟିଭିରେ କଏଦ ହୋଇଛି ଲୁଟ ବେଳର ଦୃଶ୍ୟ । ଲୁଟର ଶିକାର ହୋଇଥିବା ପରିବାର ପକ୍ଷରୁ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି ।  ସିସିଟିଭି ଫୁଟେଜ୍ ଓ ହୋଟେଲର ରେଜିଷ୍ଟର ଆଧାରରେ ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚଳାଛି ପୋଲିସ ।

Share