ମୟୂରଭଞ୍ଜ : ମୟୂରଭଞ୍ଜରୁ ବଡ଼ ଖବର । ଶିିମିଳିପାଳରୁ ମିଳିଲା କ୍ୟାନସର ରୋଗ ଚିକିତ୍ସା ପାଇଁ ଔଷଧୀୟ ଗୁଣ! ଥିବା ବୃକ୍ଷଲତା। ଓଡ଼ିଶାରେ ପ୍ରଥମ ଥର ପାଇଁ ୧୪୮ ପ୍ରଜାତିର ‘ଲାଇକେନ୍’ ଚିହ୍ନଟ ହୋଇଛି । ବିଶ୍ୱକୁ ଏହା ନୂଆ ଦିଶା ଦେବ । ଭାରତରେ ପ୍ରଥମ ଥର ମିଳିଲା ଏହି ଦୁର୍ଲଭ ବୃକ୍ଷଲତା।
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଶିମିଳିପାଳ ଜାତୀୟ ଉଦ୍ୟାନରୁ ସେମାନେ ୧୪୮ ପ୍ରଜାତିର ଶୈବାଳ ଓ କବକର ମିଶ୍ରିତ ଉଦ୍ଭିଦ ବା ଲାଇକେନ୍ ଟିହ୍ନଟ କରିଛନ୍ତି । ଏହି ଲାଇକେନ୍ ଗୁଡ଼ିକ ମଧ୍ୟରେ ଥର୍ମୋକୁଇନୋନ୍, ଜେଓରିନ୍ ଏବଂ ଆଜେଲେଇକ୍ ଏସିଡ୍ ଭଳି ଉପାଦାନ ରହିଛି । ଯାହା କ୍ୟାନସର ବିରୋଧରେ ଲଢ଼ିବା ସହ ନୂତନ ଔଷଧ ତିଆରିରେ ସହାୟକ ହେବ । ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ବିଶ୍ୱଜିତ ରଥ କହିଛନ୍ତି ଓଡ଼ିଶା ସରକାରଙ୍କ ଏକ ପ୍ରୋଜେକ୍ଟ ଅଧୀନରେ ଶିମିିଳିପାଳରେ ସର୍ଭେ କରାଯାଇଥିଲା ।
ଏଥିରୁ୧୪୮ଟି ପ୍ରଜାତି ଚିହ୍ନଟ ହୋଇଛି । ଯେଉଁଥିରେ ‘କ୍ଲାଡୋନିଆ ଫ୍ରୁଟିକୁଲୋସା’ ଓଡ଼ିଶା ପାଇଁ ଏବଂ ‘ଫାଇସିଏଲା ମେଲାନ୍ କ୍ରା’ ଭାରତ ପାଇଁ ସମ୍ପୂର୍ଣ୍ଣ ନୂଆ । ଏହି ଲାଇକେନ୍ ଗୁଡ଼ିକରେ ବହୁମୂଲ୍ୟ ଜୈବିକ ଗୁଣ ରହିଛି । ଯାହା ଶରୀରରେ ରୋଗ ସୃଷ୍ଟିକାରୀ ଜୀବାଣୁଙ୍କୁ ମାରିବା ସହ କ୍ୟାନସର ଚିକିତ୍ସାରେ ବ୍ୟବହାର କରାଯାଇପାରିବ ।

