Oil tanker

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆହୁରି ଭୟଙ୍କର ହେଉଛି ଯୁଦ୍ଧ । ଏହାରି ଭିତରେ ଓମାନ ଉପକୂଳରେ ଏକ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିବା ଖବର ଆସୁଛି । ଆକ୍ରମଣରେ ତୈଳ ଜାହାଜରେ ଥିବା ୪ଜଣ ସଦସ୍ୟ ଆହତ ହୋଇଛନ୍ତି । ଜାହାଜରେ ୧୫ ଜଣ ଭାରତୀୟ ଏବଂ ୫ ଜଣ ଇରାନୀୟ ସଦସ୍ୟ ଥିଲେ । ଓମାନର ଖସାବ ବନ୍ଦର ନିକଟରେ ଥିବା ହରମୁଜ ପ୍ରଣାଳୀରେ ଏହି ଘଟଣା ଘଟିଛି ।

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ସଂଘର୍ଷ ଏବଂ ଆକ୍ରମଣ ମଧ୍ୟରେ ଏହି ଘଟଣା ଘଟିଛି । ଟ୍ୟାଙ୍କରରେ ଥିବା ସମସ୍ତ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

Share